Home ଓଡ଼ିଶା ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନାସିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି । ସ୍ବାଧୀନତା ଦିବସ ଅବସରରେ ଗ୍ରାମ ସଭାପତି ଭରତ ସାହୁଙ୍କ ପୌରୋହିତ୍ୟରେ ଥୁଆବାରୀ ଗ୍ରାମବାସୀମାନଙ୍କ ଦ୍ଵାରା ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଅତିଥି ମାନଙ୍କ କରକମଳରେ ଏହି ଉପନ୍ୟାସ ପୁସ୍ତକର ଲୋକାର୍ପଣ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ରୂପେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପାରାଢ଼ିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଗଉଡ଼ ଥୁଆବାରୀ ଓ୍ଵାଡ଼ର୍ମେମ୍ବର ଦିଲ୍ଲିପ କୁମାର ପରିଡ଼ା, ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ଶିକ୍ଷକ ପ୍ରକଶ କୁମାର ବେହେରା, ଶିକ୍ଷକ ପଞ୍ଚାନନ ପ୍ରଧାନ ଓ ଶିକ୍ଷକ ଗୋଦାବରୀ ବସନ୍ତିଆ ଯୋଗ ଦେଇଥିଲେ। ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଡ.ବରାଡଙ୍କର ଦାନ ପ୍ରଶଂସା ଯୋଗ୍ୟ ବୋଲି ଅତିଥି ମାନେ ସଭାରେ ମତ ବ୍ୟକ୍ତ କରିଥିଲେ । ସୁନାଖଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷକୁମାର ସାହୁ ମଞ୍ଚ ସଂଚାଳନା କରିଥିବାବେଳେ ସ୍ବାଧୀନତା ସଂଗ୍ରାମୀ କଣ୍ଡୁରୀ ପରିଡ଼ାଙ୍କ ଜୀବନୀ ଅଧାରିତ ଉପନ୍ୟାସଟିର ସମୀକ୍ଷା କରିଥିଲେ ସମ୍ବର୍ଦ୍ଧନା ପରିବାରର ସଭାପତି କବି ନିରାକାର ସ୍ବାଇଁ । ଏହି କାର୍ଯ୍ୟକ୍ରମରେ ଥୁଆବାରୀର ଆବାଳ ବୃଦ୍ଧ ବନିତା ଯୋଗ ଦେଇ ନିଜ ଗାଁ ମାଟିର ମହକ କଣ୍ଡୁରୀ ପରିଡ଼ାଙ୍କ ସ୍ମୃତିରେ ବିଭୋର ହୋଇ ଆଖିରୁ ଅଶ୍ରୁ ଗଡ଼ାଇଥିଲେ। ଗାଁର ଝିଅମାନେ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ବିଧାୟକ ଶ୍ରୀ ବେହେରା ଖୁବ୍ ଶୀଘ୍ର କଣ୍ଡୁରୀ ପରିଡ଼ାଙ୍କ ପ୍ରତିମୂତ୍ତିର୍ ତଥା ସ୍ମୃତି ସ୍ତମ୍ଭ ନିମାର୍ଣ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସଂଗ୍ରାମୀ ବୀର କଣ୍ଡୁରୀ ପରିଡ଼ାଙ୍କର ଛଅ ନାତି ସୁଦାମ ପରିଡ଼ା, ଜାଗର ପରିଡ଼ା, ଗୋବିନ୍ଦ ପରିଡ଼ା, ପୁରସ୍ତମ ପରିଡ଼ା, ସୁରେଶ ପରିଡ଼ା ଓ ଶତ୍ରୁଘନ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ କଣ୍ଡୁରୀ ପରିଡ଼ା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅତିଥିମାନେ କବିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ସାରସ୍ବତ ଉନ୍ନତି ତଥା ଜୀବନରେ ସଫଳତା ପାଇଁ ଜଗନ୍ନାଥଙ୍କ ପାଖରେ ଅଳି କରିଥିଲେ । ଗ୍ରାମବାସୀଙ୍କ ସହଯୋଗ ପାଇଁ ସର୍ବଶେଷରେ ଡ. ସୁରେଶ ଚନ୍ଦ୍ର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026