ଭଦ୍ରକ ଜିଲ୍ଲାରୁ ୪ ଜଣ ବ୍ୟକ୍ତି ଦାନ କଲେ ପ୍ଲାଜମା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା – ସଞ୍ଚର୍ଦ୍ଧିତ

ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :- ପ୍ଲାଜମା ଥେରା ପି ଦ୍ୱାରା କୋଭିଡ-୧୯ ସଂକ୍ରମିତ ଗୁରୁତର ରୋଗୀମାନେ ସୁସ୍ଥ ହେଉଥିବା ପରିେ ପ୍ରକ୍ଷୀରେ ଅଧୀକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗଭର ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ଲାଜମା ଦାନ ଜୀବନ ଦାନ’ ବାର୍ତ୍ତାରେ ଅନୁ ପ୍ରାଣିତ ହୋଇ ଆଜି ଭଦ୍ରକ ଜିଲ୍ଲାରୁ ୪ ଜଣ ବ୍ୟକ୍ତି ସେ୍ୱଚ୍ଛାକୃତ ଭାବରେ ନିଜର ପ୍ଲାଜମା ଦାନ କରିଛନ୍ତି । କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଭଦ୍ରକର ୪ ଜଣ ବ୍ୟକ୍ତି ଜିଲ୍ଲା ଦାୟିତ୍ୱରେ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତା ପ ସ୍ୱାଇଁଙ୍କ ତତ୍ତ୍ୱାବଧନରେ ପ୍ଲାଜମା ଦାନ କରିଛନ୍ତି ।

ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନେ ହେ ଲେ ଭଦ୍ରକ ଜିଲ୍ଲାର ବ୍ଲକର୍‌ ଶ୍ରୀ ମାନ ସ ରଞ୍ଜନ ଦାଶ ଏବଂ ବାସୁଦେବ ପୁର ବ୍ଲକ୍‌ର ଶ୍ରୀ ବସନ୍ତ କୁମାର ବେହେରା, ଶ୍ରୀ ଦିଲ୍ଲୀପ କୁମାର ସାମଲ ଓ ଶ୍ରୀ ରମାକାନ୍ତ ଲେଙ୍କା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ଲାଜମା ଦାତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କଟକ ପାନ୍ଥନିବାସଠାରେ ସଞ୍ଚର୍ଦ୍ଧିତ କରିଥିଲେ । ଏଥିସହିତ ପ୍ଲାଜମା ଦାନ କାର୍ଯ୍ୟର ସୁ ପରିଚାଳନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ସମସ୍ତ ଅଧୀକାରୀ ଓ ଭଦ୍ରକ ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃତଜ୍ଞତାଜ୍ଞା ପନ କରିଛନ୍ତି । ପ୍ଲାଜମା ଦାନ କରି ଜୀବନ ବଞ୍ଚାଇବା ନିମନ୍ତେ ଆଗେଇ ଆସିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।

Exit mobile version