ଭୂମିହୀନ ଆଦିବାସୀ ମାନଙ୍କୁ ଚାଙ୍କ ଜମି ଯୋଗାଇ ଦେବାକୁ ଆଦିବାସୀ ସ୍ୱାର୍ଥ ଵିରୋଧି ପ୍ରତିବାଦୀ ସଭା ଅନୁଷ୍ଠିତ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :-  ଖୋର୍ଦ୍ଧା ଜିଲ୍ଲା ଅର୍ଜ୍ଜୁନପୁର ପଞ୍ଚାୟତ ଅନ୍ତର୍ଗତ ହଳଦୀପଦା ଗ୍ରାମରେ  ଗତ ଅଶୀ ଦଶକର ପ୍ରାରମ୍ଭରେ ସେହି ଗ୍ରାମର ଭୂମିହୀନ ଆଦିବାସୀ ମାନଙ୍କୁ ପ୍ରଶାସନ ପକ୍ଷରୁ କିଛି କିଛି ଜମି ଯୋଗାଇ ଦିଆଯାଇଥିଲା । ଶିଳ୍ପ ସଂସ୍ଥା ପ୍ରତିଷ୍ଠା ନାଁରେ ଏବେ ସେହି ଜମିକୁ ସରକାର ହଡ଼ପ କରିନେଇଛନ୍ତି ଏବଂ  ଆଦିବାସୀ ମାନଙ୍କୁ ସେମାନଙ୍କ ଦଖଲିକୃତ ଜମିରୁ ବେଦଖଲ କରିଛନ୍ତି। ଦଶନ୍ଧି ଦଶନ୍ଧିଧରି ଉକ୍ତ ୨୫ଏକର ଜମିକୁ ଆଦିବାସୀମାନେ ଭୋଗ ଦଖଲ କରି ଆସୁଥିଲେ। ଅଥଚ ଏବେକାର ବିଜେପି ସରକାରର ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ବେ ଏହି ଆଦିବାସୀମାନଙ୍କୁ ଦିଆଯାଇଥିବା ଜମିକୁ ଜୋର ଜବରଦସ୍ତ ଭାବେ ଅଧିଗ୍ରହଣ କରି ଏକ କମ୍ପାନୀକୁ  ଦିଆଯାଇଛି ।

ଓଡ଼ିଶା ସରକାରଙ୍କ ଏହି ଗରିବ ଭୂମିହୀନ ଆଦିବାସୀ ସ୍ଵାର୍ଥ ବିରୋଧୀ ଅନ୍ୟାୟ ପଦକ୍ଷେପ ବିରୋଧରେ ଏବଂ ଉକ୍ତ ଜମି ସେମାନଙ୍କୁ ଫେରାଇ ଦେବା ଦାବିରେ   ଅଦ୍ୟ ତା ୧୪ ଅଗଷ୍ଟ ୨୦୨୫ ରିଖରେ  ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ଏସ୍. ୟୁ. ସି. ଆଇ. କମ୍ୟୁନିଷ୍ଟ ରାଜ୍ୟ କମିଟି ସଭ୍ୟ, ବିଶିଷ୍ଟ ଶ୍ରମିକ ନେତା ତଥା ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱରେ ଥିବା କମ୍ରେଡ ପୂର୍ଣ୍ଣଚନ୍ଦ୍ର ବେହେରା ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ସଂଗଠନର ଆଞ୍ଚଳିକ ସଂପାଦକ କମ୍ରେଡ ଅଶୋକ ସାହୁ, ଆଞ୍ଚଳିକ କମିଟି ସଭ୍ୟ କମ୍ରେଡ କାର୍ତ୍ତିକ ଘଡେ଼ଇ, ଅବିନାଶ ପ୍ରଧାନ, ଶ୍ରମିକ ନେତା ଜିତେନ୍ଦ୍ର ବଳବନ୍ତ ରାୟ , ଅରୁଣ ନାୟକ, ସୁମା ନାୟକ ସମେତ ବହୁ କ୍ଷତି ଗ୍ରସ୍ତ ଆଦିବାସୀ ପରିବାରର ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ।

ମୂଖ୍ୟ ବକ୍ତା କହିଲେ, ସଚେତନ ସଂଗଠିତ ଧାରାବାହିକ ଶକ୍ତିଶାଳୀ ଆନ୍ଦୋଳନ ମାଧ୍ୟମରେ  ସରକାରଙ୍କ ଦ୍ଵାରା ଜମି ହଡ଼ପ କରାଯାଇ ପୁଞ୍ଜିପତି ଶିଳ୍ପପତି ମାନଙ୍କୁ ଦିଆଯାଇଥିବା ଜମିକୁ ମଧ୍ୟ ଆମ ରାଜ୍ୟ ତଥା ଦେଶର ଲୋକେ ବିଭିନ୍ନ ସ୍ଥାନରେ ଫେରି ପାଇଛନ୍ତି । ଯଦି ସରକାର ତୁରନ୍ତ ଏହି ଗରିବ ଭୂମିହୀନ ଆଦିବାସୀ ମାନଙ୍କୁ ତାଙ୍କ ଜମିକୁ ଫେରାଇ ଦେବା ପାଇଁ ବିହିତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ସବୁ ନିର୍ଯ୍ୟାତିତ ଏବଂ କ୍ଷତି ଗ୍ରସ୍ତ ଲୋକ ଏକତ୍ରିତ ହୋଇ ଏହି ଆନ୍ଦୋଳନକୁ ଆଗେଇ ନେବାକୁ ବଦ୍ଧପରିକର ହେବା l  

Exit mobile version