ବିଶ୍ବ ହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ୬୧ ତମ ପ୍ରତିଷ୍ଠା ଦିବସ ପାଳିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :-  କଟକ ସଦର ଥାନା ନିକଟସ୍ଥ ଡାହାଳିଆବାଗ ଠାରେ ଶନିବାର ସନ୍ଧ୍ୟାରେ ବିଶ୍ଵ ହିନ୍ଦୁ‌ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ‌୬୧ ତମ ପ୍ରତିଷ୍ଠା ଦିବସ ‌ଓ ସ୍ବାମିଜୀଙ୍କ‌ ୧୭ ତମ‌ ବଳିଦାନ ଦିବସ ପାଳନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ଆଡଭୋକେଟ ନଳୀନ‌ ସେନାପତି ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ତମ୍ବକାର ଶ୍ରୀ ସନ୍ୟାସୀ ‌ଜୀ, ମୁଖ୍ୟ ବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ ଧାକୁଲେଇ ପ୍ରଖଣ୍ଡ ର ସଭାପତି ଦିଲ୍ଲୀପ‌ କୁମାର ସ୍ଵାଇଁ,

ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଶାନ୍ତି କମିଟିର ସଂଯୋଜକ ସୁରେନ୍ଦ୍ର ମହାପାତ୍ର,‌ ,ସତ୍ୟ ନାରାୟଣ କାର୍ଚି , ଅବସରପ୍ରାପ୍ତ ପ୍ରଧ୍ୟାପକ ବ୍ରଜ କିଶୋର ନାୟକ, ଉପ ସଭାପତି ବିଶ୍ଵ ରଞ୍ଜନ ଦେବତା, ଅମୂଲ୍ୟ କୁମାର ସାହୁ, ସଂପାଦକ ‌ଦେବି ପ୍ରସାଦ ମହାପାତ୍ର, ‌ଧାକୁଲେଇ ପ୍ରଖ‌ଣ୍ଡର ସହ ସଂପାଦକ ଦିନ କୃଷକ ‌ମହାନ୍ତି, ,ଉପ ସଭାପତି ମହେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସଂଯୋଜକ ଦୂର୍ଗା ଚରଣ ନାୟକ, ବାଦଲ କୁମାର ଜେନା ,

ମହେନ୍ଦ୍ର କୁଅଁର,, ସୁମନ୍ତ ରାଉତ, ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଶେଷରେ ଧାକୁଲେଇ ପ୍ରଖଣ୍ଡ ସଂପାଦକ ତପନ କୁମାର ମହାନ୍ତି ଧନ୍ୟବାଦ ‌ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସବୂଠାରୁ ଅଧିକ ମହିଳା ଅଂଶଗ୍ରହଣ କରି ବିଶ୍ଵ ହିନ୍ଦୁ ପରିଷଦ ହିନ୍ଦୁ ମାନଙ୍କ ପାଇଁ କେଉଁ କାର୍ଯ୍ୟ କରୁଛି ସେ ବିଷୟରେ ଅବଗତ ସୋଇଥିଲେ । ତିନି ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Exit mobile version