Home Uncategorized ଉତ୍ତମ ମାଲିକ ଟାଲେଣ୍ଟ ସ୍କୁଲ ମାଲକାନଗିରି ରେ ୭୯ ତମ ସ୍ବାଧିନତା ଦିବସ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍ତମ ମାଲିକ ଟାଲେଣ୍ଟ ସ୍କୁଲ ମାଲକାନଗିରି ଠାରେ ୭୯ ତମ ସ୍ବାଧିନତା ଦିବସ ବହୁ ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଶ୍ରୀ ବସୁଦାମ ଶ୍ୟାମ ଦାସ (ମାଲକାନଗିରି ଇସ୍କନ ମନ୍ଦିର ପ୍ରତିଷ୍ଠାତା) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଓ ନିଜ ଅଭି ଭାଷଣ ରେ ଛାତ୍ର ମାନଙ୍କୁ ଚରିତ୍ର ଗଠନ, ଶିକ୍ଷା ହି ଜୀବନ ଗଢ଼ିବା ର ମାର୍ଗ , ନିଜ ଧର୍ମର ମହତ୍ତ୍ଵ ଓ ଦେଶ ଗଠନ ଭୂମିକା ବିଷୟରେ ଅବଗତ କରିଥିଲେ । ଉତ୍ତମ ମାଲିକ ଟାଲେଣ୍ଟ ସ୍କୁଲ ର ପ୍ରତିଷ୍ଠାତା ଶ୍ରୀ ଉତ୍ତମ ମାଲିକ ସେଠାରେ ଉପସ୍ଥିତ ରହି ଛାତ୍ର ମାନଙ୍କୁ ଶିକ୍ଷାର ମୂଲ୍ୟ ଏବଂ ଭାରତ ବର୍ଷର ଉଜ୍ଜଳ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀ ର ଭୂମିକା ସମ୍ପର୍କରେ ବୁଝେଇ ଥିଲେ ଓ ଭାରତର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରି ତାଙ୍କ ପଥ ଓ ବାର୍ତ୍ତା ର ଅନୁଗାମୀ ହେବା ପାଇଁ ସମ୍ବୋଧନ କରିଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭକାମନା ଜଣାଇ ଥିଲେ। ତତ୍ ସଙ୍ଗେ ସହିଦ ସ୍ବାଧିନତା ସଂଗ୍ରାମୀ ମାନଙ୍କର ବୀର ଗାଥା ଶୁଣାଇଥିଲେ। ଡଃ ଶିବ ନାରାୟଣ ପାତ୍ର ଅନୁଷ୍ଠାନ ମୁଖ୍ୟ ଙ୍କ ନିର୍ଦ୍ଦେଶରେ ଆୟୋଜିତ ପ୍ରବନ୍ଧ,ବକୃତା ଚିତ୍ରାଙ୍କନ, କୁଇଜ୍ ଓ ନୃତ୍ୟ ପ୍ରତିଯୋଗିତା ରେ କୃତୀ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ମୁଖ୍ୟ ଭୂମିକାରେ ଥିଲେ ଉତ୍ତମ ମାଲିକ ଟାଲେଣ୍ଟ ସ୍କୁଲର ସହ ସଂଯୋଜକ ଶ୍ରୀ ଦିଲୀପ ଦାସ, ଉପାଧ୍ୟକ୍ଷ କିଶୋର କୁମାର ଅଧ୍ୟାପକ ପଙ୍କଜ ରାଉତ, ସୁଚିଶ୍ମିତା ପାଢ଼ୀ, ରାଜୁ ସରକାର, ଆଲିଶା ପଟ୍ଟନାୟକ, ଆକାଶ ମିସ୍ତ୍ରୀ ବନିତା ବର୍ମନ,ଲିଜା ରାୟ, ଆଦି ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । Categories: Uncategorized Related Content ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026