Home ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ରେ ଆଜି ୭୯ତମ ସ୍ୱାଧୀନତା ଦିବସ ଆଡମ୍ବର ସହକାରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ବିଧାୟକ ଙ୍କ ପ୍ରତିନିଧି ନିହାର ରାୟ, ଜିଲ୍ଲା ଯୁବ ବିଜେପି ସଭାପତି ରତନ ବଣିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଅଶୋକ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ମାଡକାମୀ ପ୍ରକାଶ କରିଥିଲେ ଯେ, ଆଜି ଆମେ ସ୍ୱାଧୀନ ଭାରତ ର ନାଗରିକ ଭାବେ ବେଶ ଗର୍ବିତ। ଦେଶ ବର୍ତ୍ତମାନ ବିକାଶ ଧାରାରେ କ୍ଷିପ୍ର ଗତିରେ ଆଗକୁ ବଢିଛି। ଯୁବ ପିଢ଼ି ଓ ଛାତ୍ର ଛାତ୍ରୀ ଙ୍କ ପାଇଁ ଅନେକ ପଦକ୍ଷେପ ସରକାର ନେଇଛନ୍ତି। ଆଗାମୀ ଦିନରେ ଦେଶ ସହ ଆମ ରାଜ୍ୟ ଓ ଜିଲ୍ଲା ମଧ୍ୟ ବିକାଶର ଶିଖର ଛୁଇଁବ। ଦେଶ ବିକାଶ ସହ ଲୋକଙ୍କ ସମସ୍ୟା ଲୋକ ଲୋଚନକୁ ଆଣି ଦେଶ ଓ ରାଜ୍ୟ ବିକାଶର ସାରଥୀ ସାଜିଛନ୍ତି। ତେଣୁ ସାମ୍ବାଦିକ ମାନଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଅବସରରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସମ୍ପାଦକ ଶ୍ରୀନିବାସ ପାତ୍ର, କୋଷାଧ୍ୟକ୍ଷ ହୃଷିକେଶ ସେଠୀ, ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ନୃସିଂହ ଚରଣ ମହାନ୍ତି, ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ, ମନୋଜ ସାହା, ରାହୁଲ ଗୋଲରି, ଦିଲୀପ ପଟ୍ଟନାୟକ, ମାଣିକ ବାଛଡ, ପଙ୍କଜ ଖରା, ନିର୍ମଳା ଏକା, ବିଟୁ ରାଓ, ଶରତ ଖରା, କିରଣ କୁମାର, ମୃଣାଲ ମଣ୍ଡଳ, ବିକ୍ରମ ସ୍ୱାଇଁ, ବାଦଲ ବିଶ୍ୱାଳ, ଅସୀମ ବିଶ୍ୱାସ, କିଶୋର ପାତିକା ପ୍ରମୁଖଙ୍କ ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବୁଦ୍ଧିଯିବି ମାନେ ଉପସ୍ଥିତ ଥିଲେ। ପରିଶେଷରେ ଶ୍ରୀ ଦାସ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026