ବିରିଡି ବ୍ଲକରେ 79 ତମ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଶୁକ୍ରବାର 79 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ମୁଖ୍ୟ ଅଥିତି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ପ୍ୟାରେଡେରେ ଅଭିବାଦନ ଗ୍ରହଣ କରିଥିଲେ l ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ, ଜିଲ୍ଲାପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ, ସଭ୍ୟ ଚନ୍ଦ୍ରଶେଖର ଦାଶ, ବିଡ଼ିଓ ଆୟୁଷିପତି, ଙ୍କ ସହ ବ୍ଲକ ର କିଛି ସମିତି ସଭ୍ୟ, ସରପଞ୍ଚ ଯୋଗଦେଇଥିଲେ  l

ବିରିଡି ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡେରେ ଅଂଶଗ୍ରହଣ କରିଥିଲେ l ଅଥିତି ମାନେ ବ୍ଲକ ପରିସରରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ l ସେହିପରି ତହସିଲ କାର୍ଯ୍ୟାଳୟ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ସମସ୍ତ ଅଫିସ,

ପଞ୍ଚାୟତ କାର୍ଯ୍ୟାଳୟ ହାଟ ଗାନ୍ଧୀ ମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ସେହିପରି ବ୍ଲକର ବାସନ୍ତପୁର ଠାରେ ଥିବା ପୂର୍ବତନ ସୈନିକ ଗୋପାଳ ବେହେରା ଘର ପରିସରରେ ପୂର୍ବତନ ସୈନିକ ମାନଙ୍କ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ବିଜେଡି କାର୍ଯ୍ୟାଳୟ, କଂଗ୍ରେସ ଓ ବିଜେପି, କମ୍ୟୁନିଷ୍ଟ ପାଟି କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l

Exit mobile version