Home ଓଡ଼ିଶା ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଧ୍ଵନି ହିଞ୍ଜିଳିକାଟୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ସହର ଓ ଗ୍ରାମାଞ୍ଚଳରେ ଶୁକ୍ରବାର ୭୯ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଛି । ପଞ୍ଚାୟତ ସମିତିରେ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ତପନ କୁମାର ମହାପାତ୍ର, ଉପଖଣ୍ଡ ଚିକିତ୍ସାଳୟରେ ଅଧୀକ୍ଷକ ଡ଼ାକ୍ତର ଶ୍ରୀକାନ୍ତ ସାହୁ,ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା,ଡାକ୍ତର ବଳରାମ ଜେନା, ହିଞ୍ଜିଳି ଥାନାରେ ଆଇଆଇସି ଶ୍ରୀନିବାସ ସେଠୀ, ପୌର ପରିଷଦ ଓ ଏମସିସିରେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଜଳ ସମ୍ପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ପାଢୀ, ସହକାରୀ ଯନ୍ତ୍ରୀ ଇଂ ଗିରିଶ ଚନ୍ଦ୍ର ନାୟକ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମଳୟ କୁମାର ନାୟକ, କ୍ଷୁଦ୍ର ଜଳ ସେଚନ ବିଭାଗରେ ସହକାରୀ ଯନ୍ତ୍ରୀ ଇଂ ବିନ୍ଦୁ ସାଗର ପଣ୍ଡା, ଅଗ୍ନିଶମ ବିଭାଗରେ କେନ୍ଦ୍ର ଅଧିକାରୀ ବାଗରାଇ ମୁର୍ମୁ, ଅବକାରୀ ଥାନାରେ ଉପ ନିରୀକ୍ଷକ ସୁମିତ୍ରା ବିଶି,ଜେଏମଏଫସିରେ ବିଚାରପତି ସଙ୍ଗୀତା ମଲ୍ଲିକ, ରାଧାକୃଷ୍ଣ ପରିବା ବଜାର ସଂଘରେ ସଭାପତି ଅନୀଲ କୁମାର ମହାପାତ୍ର,ଉପ ନିବନ୍ଧକ କାର୍ଯ୍ୟାଳୟରେ ଉପ ନିବନ୍ଧକ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାଶ,ବିଇଓ କାର୍ଯ୍ୟାଳୟରେ ବିଇଓ ଚାନ୍ଦିନୀ ପଣ୍ଡା,ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପେନ୍ଦ୍ର ସାବତ, ସରକାରୀ ଏନ୍ଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଜନୀ କାନ୍ତ ସାହୁ, କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟକ୍ଷ ରଞ୍ଜନ ବେହେରା, ଓଏଭି ଶାସନ ଆମ୍ବଗାଁରେ ବିଡ଼ିଓ ସାଗରିକା ଷଢ଼ଙ, ଆରଏମସିରେ ସମ୍ପାଦକ ବିନାୟକ ବିଶ୍ଵାଳ,ଟିପିଏସଓଡିଏଲ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ଗୋପାଳକୃଷ୍ଣ ପଣ୍ଡା, ପୋଡ଼ିଙ୍ଗି ପଲ୍ଲୀ ବିକାଶ ସ୍ଵେଚ୍ଛାସେବୀ ଅନୁଷ୍ଠାନ,ତ୍ରିରଙ୍ଗା ସେବା ସଂଘ,ଅଟୋ ମାଲିକ ସଂଘ ତରଫରୁ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ବିଶେଷତ୍ୱ,ସଂଗ୍ରାମୀ ବୀରପୁତ୍ରଙ୍କ ଦେଶପ୍ରେମ ଓ ବଳିଦାନ ସମ୍ପର୍କରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ବିଭିନ୍ନ ବେସରକାରୀ ଅନୁଷ୍ଠାନ,ଶିକ୍ଷାନୁଷ୍ଠାନ ଓ ପଞ୍ଚାୟତ ଗୁଡ଼ିକରେ ସରପଞ୍ଚ କାଳିଆ ଦାସ,କୃଷ୍ଣ ଚନ୍ଦ୍ର ଭଉଳ, ରଶ୍ମିତା ପ୍ରଧାନ, ଅମର ବରଡ, ସୁଦର୍ଶନ ରାଉତ ଓ ନୀଳାଚଳ ସାହୁ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026