ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବଡଗଡର ନାମ ଅନୁସାରେ ଏଥର ବଡଗଡରେ ଓଡିଶାର ସର୍ବବୃହତ ଗଣେଶ ମୂର୍ତ୍ତି ୬୧ ଫୁଟ ଉଚ୍ଚର ମହାରାଷ୍ଟ୍ର ଲାଲବାଗ୍ ଆକୃତିର ପୂଜା ପାଇବେ । ଏହା ସହିତ ଗଣେଶଙ୍କ ୨ଗୋଟି ରୂପା ପାଦ ଏବଂ ୫ ଫୁଟ ଉଚ୍ଚର ରୂପା ମୂଷିକ ବାହନ ପୂଜା ପାଇବେ । ଶ୍ରୀ ଗଣେଶଙ୍କ ପାଖରେ ୬୧ କେଜିର ଲଡୁ ଭୋଗ ପୂଜା ଲାଗିବ । ଆୟୋଜକ ବ୍ରାଇଟ୍ ଷ୍ଟାର ୟୁଥ୍ ଆସୋସିଏସନ ଓ ବଡଗଡ ଗଣେଶ ମହୋତ୍ସବ ପୂଜା କମିଟି ପକ୍ଷରୁ ରବିବାର ଆୟୋଜିତ ସାମ୍ବାଦିକ ସ୧ିଳନୀରେ ସୂଚନା ଦିଆଯାଇଛି ।

