ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଗଜପତି ଜିଲ୍ଲା ଅନ୍ତର୍ଗତ ଭୂବନି ପଂଚାୟତର ସିଣ୍ଡିବୁର ଗ୍ରାମର ବିଭିନ୍ନ ସମସ୍ୟା ଓ ଲୋକଙ୍କ ସୁଖ ଦୁଃଖର ଗୁହାରି ଶୁଣିବା ପାଇଁ ଦୀର୍ଘ ୪କିମି ଦୁର୍ଗମ ପାହାଡ଼ ଘାଟି ଚଢି ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ନେଇ ଆଲୋଚନା କରି ଫେରିଥିବା ଜଣାପଡିଛି l ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଗତକାଲି ସ୍ୱାଧୀନତା ଦିବସ ଥିବା ଯୋଗୁଁ ସିଣ୍ଡିବୁର ଗ୍ରାମବାସୀଙ୍କ ସହ ସେଠାରେ ସ୍ୱାଧିନତା ଦିବସକୁ ମଧ୍ୟ ପାଳନ କରିଥିଲେ ।
