ଗଜପତି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋମଗାର୍ଡ ନିଯୁକ୍ତିରୁ ବାଦ ପଡ଼ିଥିବା ଆଶାୟୀଙ୍କ ବିକ୍ଷୋଭ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :-  ଗଜପତି ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ତାଲିକାରୁ ବାଦ ପଡ଼ିଥିବା କେତେକ ପ୍ରାର୍ଥୀ ଜିଲ୍ଲା ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିଥିବା ସୂଚନା ମିଳିଛି. ଗତକାଲି ଗଜପତି ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ତାଲିକା ଘୋଷଣା କରାଯାଇଥିଲା l

ଏହି ତାଲିକାରେ ୧୪୪ ଜଣ ବଦଳରେ ୧୨୮ ଜଣ ହୋମଗାର୍ଡଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା l ୧୪୪ ଜଣଙ୍କ ପରିବର୍ତ୍ତେ କାହିଁକି ୧୨୮ ଜଣ ହୋମଗାର୍ଡ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଗଲା ବୋଲି ହୋମଗାର୍ଡ ନିଯୁକ୍ତିରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରି ଗଜପତି ଏସପି ସମ୍ମୁଖରେ ବିକ୍ଷୋଭ କରିଥିଲେ l

Exit mobile version