Home ଓଡ଼ିଶା ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ କାନ୍ଧନୟାଗଡ଼ରେ ପଞ୍ଚଦଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହେଉଛି by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଧା କୃଷ୍ଣ ସେବା ସଂସ୍ଥା ଓକନ୍ଧନୟାଗଡ଼ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପଞ୍ଚ ଦଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଆଧ୍ୟାତ୍ମିକ ରୀତି ନୀତି ମଧ୍ୟରେ ପାଳିତ ହୋଇଯାଇଛି l ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରାମର ଉତ୍ସାହୀ ଯୁବ କଳାକାରମାନଙ୍କୁ ପାରମ୍ପରିକ ରାଧାକୃଷ୍ଣ ବଳରାମ ଓ ଅନ୍ୟାନ୍ୟ ଭୂମିକାର ବେଶ ପୋଷାକରେ ସଜ୍ଜିତ କରାଇ ଏକ ଶୋଭାଯାତ୍ରାରେ ଗ୍ରାମର ବିଭିର୍ଣ୍ଣ ସାହିବସ୍ତି ପରିକ୍ରମା କରାଯାଇଛି l ଏହି ପଟୁଆରରେ ବାଘ ଭାଲୁ, ମୟୁର, ହରିଣ, ପରି, ଘୋଡା, ଷଣ୍ଢ, ରାଜାରାଣୀ ଙ୍କୁ ପ୍ରଦର୍ଶିତ କରାଯାଇ ବାଜାର ତାଳେ ତାଳେ ନୃତ୍ୟ ପରିବେଷଣ ବେଶ ଉପଭୋଗ୍ୟ ହୋଇଥିଲା l ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତି ଅରୁଣ କୁମାର ସୁବୁଦ୍ଧି, ଲଷ୍ମୀଧର ବେହେରା, ଜମ୍ବେଶ୍ୱର ଖମାରି, ନବଘନ ବେହେରା, ଦିଲ୍ଲୀପ କୁମାର ବେହେରା, ବିଜୟ ବେହେରା, ଶଙ୍କର୍ଷଣ ସାହୁ ଦୁର୍ଯ୍ୟୋଧନ ସାହୁ,ଆଲୋକ କୁମାର ବେହେରା, ହରିହର ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ନୟାଗଡ଼ ଜ଼ିଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା, ସମାଜ ସେବୀ ବିଭୁ ପ୍ରସାଦ ମିଶ୍ର ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ରହି ଉତ୍ସବ ଆୟୋଜନ କାରୀମାନଙ୍କୁ ଉତ୍ସାହିତ କରିଥିଲେ. ପରିଶେଷରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତକରାଯାଇଥିଲା l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ : ହଜାର ହଜାର ଛାତ୍ର ଛାତ୍ରୀ by Proprietor Abhimanyu Maharana July 31, 2026 ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana July 31, 2026 କୁଶଭଦ୍ରା ଯୋଗ ଶିକ୍ଷା ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ by Proprietor Abhimanyu Maharana July 31, 2026 ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ by Proprietor Abhimanyu Maharana July 30, 2026 ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ by Proprietor Abhimanyu Maharana July 30, 2026 ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !! by Proprietor Abhimanyu Maharana July 30, 2026