ସ୍ୱତନ୍ତ୍ର ପିତା ମାତା ଓ ପରିଚାଲନା କମିଟି ବୈଠକ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ୱତନ୍ତ୍ର ପିତାମାତା ଓ ପରିଚାଲନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା, ଶିକ୍ଷକ ଜ୍ୟୋତିର୍ମୟ ନାଗ ଉପସ୍ଥିତ ରହି ଅଭିଭାଷଣ ଦେଇଥିଲେ ।  ଏହି ସଭାରେ ଛାତ୍ରଛାତ୍ରୀ ମାନଙ୍କ ପିତା ମାତା ଉପସ୍ଥିତ ରହିଥିଲେ ।

ଏହି ସଭାରେ ଯେଉଁ ଛାତ୍ରଛାତ୍ରୀ ଅଧାରୁ ପାଠ ପଢ଼ା ଛାଡ଼ି ଦେଇଛନ୍ତି ସେମାନଙ୍କୁ ନାମ ଲେଖାଇ ଆଉ ଥରେ ପାଠପଢିବା ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ସ୍କୁଲ ର ସହକାରୀ ଶିକ୍ଷକ ପାହାନ୍ତ କୁମ୍ଭାର,ଶିକ୍ଷ୍ୟୟିତ୍ରୀ ଗୋଦାବରୀ ମାଝୀ, ମଧୁମିତା ବାବୁ, ସଂଯୁକ୍ତା କିଷାନ ସହ ସ୍କୁଲର ସଭାପତି ଭୋଦେବ ମହାନନ୍ଦ ଏବଂ ସଦସ୍ୟ, ସଦସ୍ୟା ମାନେ ସାମିଲ ଥିଲେ ।

Exit mobile version