ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ଲେମ୍ବୁଡ଼ି :- ଗତ କାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ହୋଇଥିବା ବେଳେ ଆଜି ନନ୍ଦୋତ୍ସବ ପଟୁଆର ବାହାରିଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘ ବର୍ଷ ଧରି ଏହି ନନ୍ଦଉତ୍ସବକୁ ରଣପୁର ବ୍ଲକ୍ ଅନ୍ତର୍ଗତ ଲେମ୍ବୁଡ଼ି ଗ୍ରାମର ଭକ୍ତ ମାନେ ବଡ ଆଡମ୍ୱରରେ ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ଜନ୍ମାଷ୍ଟମୀ ଅଗଷ୍ଟ ୧୫ ତାରିଖରେ ପଡ଼ିଥିବା ବେଳେ ଆଜିର ନନ୍ଦୋତ୍ସବ ପରମ୍ପରାକୁ ବଜାୟ ରଖିବା ପାଇଁ ଶହ ଶହ ଲୋକଙ୍କ ଗହଳରେ

