Home ଓଡ଼ିଶା ଜିଲ୍ଲା ରାଜସ୍ବ ବୈଠକ ଅନୁଷ୍ଠିତ ୧୦୮ ଜଣ ରାଜସ୍ବ ନିରୀକ୍ଷକଙ୍କୁ ଲାପଟପ୍ ପ୍ରଦାନ କଲେ ଜିଲ୍ଲାପାଳ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ରାଜସ୍ବ ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ରାଜସ୍ବ ଆଇନ ମୁତାବକ ବିଭିନ୍ନ ବିଭାଗର ରାଜସ୍ବ ସଂଗ୍ରହ କୁ ତ୍ବରାନ୍ବିତ କରିବା, ସରକାରୀ ସମ୍ପତ୍ତିର ସୁରକ୍ଷା କରିବା,ସାଧାରଣ ଲୋକ ମାନଙ୍କୁ ନିର୍ଦ୍ଧାରିତ ସମୟ ଅବଧି ରେ ସେମାନଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ ସାର୍ଟିଫିକେଟ ପ୍ରଦାନ କରିବା କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ରାଜସ୍ବ ସେବା କୁ ସହଜ କରିବା ଉଦ୍ଦେଶ୍ୟ ରେ ୧୦୮ ଜଣ ରାଜସ୍ବ ନିରୀକ୍ଷକ ଙ୍କୁ ଜିଲ୍ଲାପାଳ ଲାପଟପ ପ୍ରଦାନ କରିଥିଲେ। ଏହି ଲାପଟପ୍ ଦ୍ୱାରା ସେମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହ ଲୋକ ମାନଙ୍କୁ ତ୍ବରିତ ସେବା ପ୍ରଦାନ ରେ ସହାୟକ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡା ଶରତ ଚନ୍ଦ୍ର ମହାପାତ୍ର ଏଜେଣ୍ଡା ଅନୁସାରେ ବୈଠକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ରାଜସ୍ବ ସହଦେଵ ସାହୁ,ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ବନାଥ ପଣ୍ଡା, ସମସ୍ତ ତହସିଲଦାର,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026