Home ଓଡ଼ିଶା ବାଗଧରାପୁର ରାଧାକୃଷ୍ଣ ମନ୍ଦିରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକସଦର ଥାନା ଅନ୍ତର୍ଗତ ଆମଣ ପଞ୍ଚାୟତର ବାଗଧରାପୁର ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରେ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ବ୍ରତ ଓ ନନ୍ଦ ଉତ୍ସବ ଦୁଇ ଦିନଧରି ମହାସମାରୋହରେ ପାଳିତ ହୋଇଛି । ବାଗଧରାପୁର ଗ୍ରାମରେ ୯୫ ଭାଗ ଯାଦବ ବଂଶଧର ପରିବାର ବସବାସ କରନ୍ତି । ଏଣୁ ଗ୍ରମରେ ଥିବା ରାଧାକୃଷ୍ଣ ମନ୍ଦିରେ ବିଶେଷ କରି ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ, ଦୋଳପର୍ବ ଧୁମଧାମରେ ପାଳନ କରାଯାଏ । ଗତକାଲି ଜନ୍ମାଷ୍ଟମୀ ଥିବାରୁ ଏହି ମନ୍ଦିର ରେ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଭୋରୁ ମନ୍ଦିର ଦ୍ଵାର ଫିଟାଯାଇ ଠାକୁରଙ୍କୁ ସ୍ନାନ କରାଯାଇ ପୂଜା ନିଶିକାନ୍ତି କରାଯାଇଥିଲା । ପରେପରେ ଜନ୍ମାଷ୍ଟମୀ ବ୍ରତ ରଖିଥିବା ଶ୍ରଦ୍ଧାଳୁମାନେ ରାଧାକୃଷ୍ଣ ମନ୍ଦିରକୁ ଆସି ଦୀପ ଜାଳି ଦର୍ଶନ କରିବା ସହିତ ଭୋଗରାଗ କରିଥିଲେ। ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବାଗଧରାପୁ ଗ୍ରାମ ବାସୀ ଏବଂ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତଙ୍କୁ ଚୁଡାଘଷା, ଖୀରି ଭୋଗ ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ରୁ ରାତି ୧୧ ଟା ପର୍ଯ୍ୟନ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଅଧିକ ରହିଥିଲା । ଶାନ୍ତି ଶୃଙ୍ଖଳାରେ ସହିତ ଶ୍ରଦ୍ଧାଳୁମାନେ ଯେଭଳି ରାଧାକୃଷ୍ଣଙ୍କୁ ଭଲରେ ଦର୍ଶନ କରି ପାରିବେ ସେନେଇ ବ୍ୟବସ୍ଥା କରାଯାଇଥିଲା । ବାଗଧରାପୁର, ମୁଗଭଙ୍ଗା,ଶାସୋଳ,ଖୁନୁକାର, ଜନ୍ମେଜୟପୁର, ଆମଣ,, ବମ୍ଫକୁଦ, କାଚରାମାଳ, ଆଦି ଗ୍ରାମର ଶ୍ରଦ୍ଧାଳୁମାନେ ଆସି ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହିତ ଭୋଗ କରିଥିଲେ । ବାଗଧରାପୁର ଗ୍ରାମ୍ୟ କମିଟିର ସଭାପତି ବିଶ୍ଵନାଥ ଦାଶ, ସଂପାଦକ ରଣଜିତ୍ ବେହେରା, ଉପେନ୍ଦ୍ର ବେହେରା, ସରୋଜ ବେହେରା, ମଳୟ କୁମାର ବେହେରା, ରିତେଶ ଗୋପାଳ, ପ୍ରମୁଖ ଗ୍ରାମର ଯୁବକ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ । ଆଜି ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ସହିତ ମଧ୍ୟାହ୍ନରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଯାଦବ ପିଲାମାନେ ଏକତ୍ରିତ ହୋଇ କିଏ ଦହି ହାଣ୍ଡି ଭାଙ୍ଗି ପାରିବ ସେ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ରାଧାକୃଷ୍ଣ ମନ୍ଦିର ପରିସରରେ ପ୍ରବଳ ଜନସମାଗମ ହୋଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026 ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ by Proprietor Abhimanyu Maharana July 27, 2026 ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ by Proprietor Abhimanyu Maharana July 27, 2026 ଧ୍ୟାନକୁଦ ପୀଠରେ ଶ୍ରୀଜିୟୁ ମାନଙ୍କ ନୀଳାଦ୍ରି ବିଜେ by Proprietor Abhimanyu Maharana July 27, 2026