ମଡେଲ ଡିଗ୍ରୀ କଲେଜରେ ହର୍ ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ

ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍)  :- ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ସରକାରଙ୍କ “ହର ଘର ତ୍ରୀରଙ୍ଗା” କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ ଏକ ବିଶାଳ ରାଲି ଆୟୋଜନ କରିଥିଲା l ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ଶ୍ଳୋଗାନ ଦେଇ ସ୍ଥାନୀୟ ଲାଠିପଡ଼ା ଗ୍ରାମ ପରିକ୍ରମା କରିଥିଲେ l

ବିଭିନ୍ନ ଗଳିକନ୍ଦି ରାସ୍ତାରେ ଶୋଭାଯାତ୍ରା ଯିବା ସମୟରେ ଅଧିବାସୀମାନେ ଜାତୀୟପତାକାରେ ସୁସଜ୍ଜିତ ଶୋଭାଯାତ୍ରାକୁ ଦେଖି ଆନନ୍ଦିତ ହେବା ପରିଲକ୍ଷିତ ହୋଇଥିଲା l ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଧିବାସୀଙ୍କ ହୃଦୟରେ ଜାତୀୟତାବୋଧ ଭାବ ଉଦ୍ରେକ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଡାକରା ସଫଳ ହୋଇଥିବା ଅନୁମାନ କରାଯାଏ l

ଏତଦ୍ ବ୍ୟତିତ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା ତଥା ସମସ୍ତ କର୍ମଚାରୀବୃନ୍ଦ ଉକ୍ତ କାର୍ଯ୍ୟକ୍ରମ ଯୋଗଦେଇଥିଲେ l

Exit mobile version