ପଠାଣି ସାମନ୍ତ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଖଣ୍ଡପଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆସ୍ଥ ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦେଶକ୍ରମେ ୧୪ ତାରିଖ ଦିନ ୧୦ଟାରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେଇଯାଇଛି

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର, ସ୍ବଚ୍ଛ ସଲିଳା ମହାପାତ୍ର ଉଦଘାଟନ କରିଥିଲେ ! ମହାବିଦ୍ୟାଳୟ ପରିସରରୁ ସାତ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ନେଇ ଶୋଭାଯାତ୍ରା ଅଧ୍ୟାପକ ମନୋଜ ପ୍ରଧାନଙ୍କ ନେତୃତ୍ବରେ ବଜାର ପରିକ୍ରମା କରିଥିଲା !

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ, ସର୍ବେଶ୍ଵର ମହାରଣା, ରାଜକିଶୋର ପ୍ରଧାନ, କ୍ରିଡ଼ା ଶିକ୍ଷକ ସତ୍ୟଜିତ ଦାସ ସଂଯୋଜନା କରିଥିଲେ ! ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗଦେଇ ସହଯୋଗ କରିଥିଲେ !

Exit mobile version