ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ବାଧୀନତା ଦିବସ ଓ ଜନ୍ମାଷ୍ଟମୀ ଉପଲକ୍ଷେ ଦୁଇଟି ବାଲୁକାକଳା ସ୍ବର୍ଣ୍ଣାଭ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି । ବାଲୁକା କଳାରେ ଭାରତ ମାନଚିତ୍ର ଅଙ୍କନ କରିବା ସହ ଭାରତ ମାତାକି ଜୟ ଲେଖା ହୋଇଛି ।
ଭାରତୀୟ ଜାତୀୟ ପତାକା ଉଡାଯାଇଛି । ଏଥିସହ ହାପି ଇଣ୍ଡିପେଣ୍ଡେସ ଡେ ମଧ୍ଯ ଲେଖା ଯାଇଛି । ଜନ୍ମାଷ୍ଟମୀ ପାଇଁ ଅନ୍ଯ ଏକ ବାଲୁକାକଳା ନିର୍ମାଣ କରିଛନ୍ତି । ବାଲିରେ ଶ୍ରୀକୃଷ୍ଣଙ୍କ ବାଲୁକା ଚିତ୍ର ପ୍ରଦର୍ଶିତ କରିଛନ୍ତି । ଏହି ବାଳୁକା କଳାକୁ ଦେଖିବା ପାଇଁ ପର୍ଯଟକ ଓ ତୀର୍ଥଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି ।

