ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ଜଣେ ପ୍ରାଥମିକ ଶିକ୍ଷକ ନକ୍ସଲ କାର୍ଯ୍ୟକଳାପ ସହ ହିଂସାକାଣ୍ଡରେ ଜଡିତ ଥିବା ଯୋଗୁଁ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଜିଲ୍ଲାର ଅଡବା ଥାନା ନୂଆ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଶିକ୍ଷକ ହେଲେ ପ୍ରତାପ କୁମାର ନାୟକ । ସେ ଗତ କିଛି ବର୍ଷ ହେଲା ଏହି ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି.

