ଡଙ୍ଗା ନିର୍ମାଣ କାରିଗର ଏବେ ଅଲୋଡା : ସରକାରୀ ସହାୟତା ପାଇଁ ଦାବୀ

ବାଙ୍କୀ  (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡ ଦେଇ ଓଡ଼ିଶାର ବଡନଦୀ ମହାନଦୀ ବୈଦ୍ୟେଶ୍ୱର ଠାରୁ ବାଆଁରା ପର୍ଯ୍ୟନ୍ତ ୪୨କି.ମି. ଅଙ୍କାବଙ୍କା ପଥଦେଇ ପ୍ରବାହିତ ହେଉଛି । ଏହି ମହାନଦୀରେ ବାଙ୍କୀର ବିଭିନ୍ନ ସ୍ଥାନରେ କାଳିଗିରି, ଚନ୍ଦ୍ରପା, ରଣ, ହୁଳୁହୁଳା ଆଦି ଉପ ଓ ଶାଖା ନଦୀ ପ୍ରଭାହିତ । ଏହି ନଦୀଗୁଡିକୁ ପାର କରିବା ପାଇଁ ବାଙ୍କୀ ଉପଖଣ୍ଡରେ ୨୨ଗୋଟି ଘାଟ ଥିଲା । ଏହି ଘାଟରେ ଗୋଟେ ଅଂଚଳରୁ ଅନ୍ୟ ଏକ ଅଂଚଳକୁ ଯିବାପାଇଁ ଡଙ୍ଗାରେ ପାର୍ ହେବାକୁ ପଡୁଥିଲା । ଏଣୁ ବର୍ଷ ସାରା ମହାନଦୀ ଓ ଶାଖା ନଦୀ ଗୁଡିକରେ ଡଙ୍ଗା ଉପରେ ଜନସାଧାରଣ ନିର୍ଭର କରିଥାନ୍ତି ।

ଏବେ ମହାନଦୀ ଉପରେ ବୈଦ୍ୟେଶ୍ୱର ଠାରେ ଟି-ସେତୁ ଓ ଜାତମୁଣ୍ଡିଆ ଠାରେ ମହାନଦୀ ସେତୁ ନିର୍ମାଣ ସହିତ ରଣନଦୀ ଉପରେ ସେତୁ , ଚନ୍ଦ୍ରପା ସେତୁ ଆଦି ନିର୍ମାଣ ଫଳରେ ଘାଟ ସବୁ ବନ୍ଦ ହୋଇଗଲାଣି । କିନ୍ତୁ ଏବେ ବି ଡଙ୍ଗାର ଚାହିଦା ରହିଛି । ଏହି ଡଙ୍ଗାଦ୍ୱାରା ବନ୍ୟା ସମୟରେ ଜନସାଧାରଣଙ୍କୁ ଉଦ୍ଧାର କରିବା ସହିତ ରିଲିଫ୍ ସାମଗ୍ରୀ ବଣ୍ଟାଯାଇଥାଏ ଆଉ ମଧ୍ୟ ହୁଲି ଡଙ୍ଗା ସାହାଯ୍ୟରେ ନଦୀ ଆଦିରେ ମାଛ ଧରିବା ପାଇଁ ଧୀବରମାନେ ବ୍ୟବାହାର କରୁଛନ୍ତି ।

କିନ୍ତୁ ଡଙ୍ଗା ନିର୍ମାଣ କରୁଥିବା କାରିଗରମାନେ ଦୁର୍ଦ୍ଦିନରେ ସମୟ ଅତିବାହିତ କରୁଥିବା ବେଳେ ସେମାନଙ୍କ ପରିବାର ବର୍ଗ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କିଛି ଡଙ୍ଗା ନିର୍ମାଣ କାରିଗର ବାଙ୍କୀ ଉପଖଣ୍ଡସ୍ଥ ସାଁପୁର ଗ୍ରାମରେ ରହିଛନ୍ତି ବୋଲି ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ଡଙ୍ଗା ନିର୍ମାଣ କେବଳ ଶାଳକାଠରେ କରାଯାଇଥାଏ ଓ ଡଙ୍ଗ ମଙ୍ଗରେ ଶାଳ କାଠରେ ବଉଳୀ ନିର୍ମାଣ କରାଯାଏ ଏବଂ ଏହା ପ୍ରଥମେ ସାଁପୁରସ୍ଥ ଚୌରାଶିଆ ମନ୍ଦିରରେ ପୂଜା କରାଯାଇଥାଏ ବୋଲି ପ୍ରାଧ୍ୟାପକ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ସରକାରୀ ସାହାଯ୍ୟ ଓ ବ୍ୟାଙ୍କ ଋଣ ପ୍ରଦାନ କରାଗଲେ ସେମାନେ ନିଜ ପରିବାର ପୋଷଣ କରିବା ସହିତ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞ ରହିବେ ।

Exit mobile version