ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବର୍ଷା ପବ୍ଲିକେସନ୍ ପକ୍ଷରୁ ଭୁବନେଶ୍ୱରର ଅଧୀଷ୍ଠାତ୍ରୀ ଦେବୀ ମା’ଭୁଆଷୁଣଙ୍କ ପବିତ୍ର ପୀଠରେ, ଗୀତିକବି ବିପିନ୍ ମହାନ୍ତି ଙ୍କ କବିତା ସଂକଳନ “ପାଉଁଜିର ପାଣ୍ଡୁଲିପି ” ଉନ୍ମୋଚିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ଵରଞ୍ଜନ ଏବଂ ସଭାର ସଭାପତି ଭାବେ ବିଶିଷ୍ଟ କଥାକାର ଡ. ଅଜୟ ସ୍ୱାଇଁ ଯୋଗ ଦେଇ, କବି ବିପିନ୍ ମହାନ୍ତିଙ୍କ କବିତାର ଲାଳିତ୍ୟ, ଗଭୀର ଭାବ, ପ୍ରେମ, ପ୍ରତିଶ୍ରୁତି ଓ ବିରହ– ମିଳନର ମଧୁର ଛନ୍ଦମୟତା ସମ୍ପର୍କରେ ଆଲୋଚନା କରିଥିଲେ ।
