
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ନିଜକୁ ନିଜେ ପ୍ରଶଂସାରେ ପୋତି ଚାଲେ । ପୁଣି କେତେବେଳେ ଏକଥା ଦେଇଥାଏ, ଯେତେବେଳେ ଯୁକ୍ତିତର୍କ ହୁଏ ବା ଗୋଟେ ଘଟନା ଉପରେ କଥା ରଖୁଲାବେଳେ ବା ଅନ୍ୟର ତ୍ରୁଟିକୁ ଧରିଥିବା ବେଳେ ବା ନିଜ ସପକ୍ଷରେ ସଫେଇ ଦେଉଥୁଲାବେଳେ ବା ନିଜ କଥାର ଗୁରୁତ୍ୱକୁ ସିଦ୍ଧ କରିବାକୁ ଉଦ୍ୟମ କଲାବେଳେ ଏଇଭଳି କଥା କୁହାଯାଏ । ମୁଁ ମିଛ କହେ ନାହିଁ । ମିଛ ମୋର ପସନ୍ଦ ନୁହେଁ l ମୋତେ ଜମାରୁ ମିଛ ଭଲ ଲାଗେ ନାହିଁ ।

ଏକଦା ମୁଁ ଗୋଟେ ସଭାରେ ବକ୍ତବ୍ୟ ରଖିଲାବେଳେ ହଠାତ ଗୋଟେ ତର୍କ ରଖୁବାକୁ ଯାଇ କହିଲି ‘ମିଛ’ ହିଁ ସତ । ସେଇକଥାକୁ କେହି ଗରୁତ୍ଵ ନ ଦେଲା ଭଳି ଲାଗିଲା, ହୁଏତ କଥାର ଚାତୁରୀ ବୋଲି ଧରିନେଇ ‘ମିଛ’ ହିଁ ସତ ବାକ୍ୟଟିକୁ ହାଲକା ଭାବରେ ନେଲେ । ତେଣୁ ଆଉଥରେ କହିଲି । ‘ମିଛ’ ହିଁ ସତ । ତା’କୁ ବାଖ୍ୟା କରିବାକୁ ଯାଇ କହିଲି – ‘ମିଛ’ ଶବ୍ଦ ହିଁ ସତ । କାରଣ ‘ମୁଁ ସତ କୁହେ’ ଯେତେଥର କୁହା ନ ଯାଏ ତା’ଠାରୁ ବହୁ ଗୁଣ କୁହାଯାଏ- ମୁଁ ମିଛ କହେ ନାହିଁ ।
ମୋତେ ମିଛ ଶୁଣିବାକୁ ଭଲ ଲାଗେ ନାହିଁ l ଅର୍ଥାତ୍ ମିଛ ଶବ୍ଦ ସାଥ୍ରେ ଆମର ଏତେ ନିବିଡ଼ ସମ୍ପର୍କ ଯେ ସତ ଶବ୍ଦ ଅପେକ୍ଷା ମିଛ ଶବ୍ଦଟି ଆମ ପାଟିକୁ ଆଗ ଆସେ । ଏଠି ଗୋଟେ ପ୍ରଶ୍ନ ମୋ’ ମନକୁ ଆସେ, ମଣିଷ ସତ କଥା ଲୁଚାଇବାକୁ ଚେଷ୍ଟା କରେ ନା ମିଛ କଥା ଲୁଚେଇବାକୁ ଚେଷ୍ଟା କରେ ? ଯଦି ସତ କଥା ଲୁଚେଇବାକୁ ଚେଷ୍ଟା କରେ ତେବେ ମିଛ ହିଁ କୁହେ । ଆଉ ଯଦି ମିଛ ଲୁଚେଇବାକୁ ଚେଷ୍ଟା କରେ ତେବେ କ’ଣ କୁହେ ? ମିଛ ହିଁ କୁହେ !
