ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନ୍’ ଥିମ୍ ସହିତ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥ୍ନିକ୍ ୱେଭସ୍, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଏହି ପ୍ରଦର୍ଶନୀ ତଥା ସେଲ୍ ଭୁବନେଶ୍ୱର ଜନପଥସ୍ଥିତ ହୋଟେଲ ଦ ନ୍ୟୁ ମାରିୟନଠାରେ ୧୪ – ୨୫ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ସକାଳ ୧୦ଟା ୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ ।
ଏହି ପ୍ରଦର୍ଶନୀ ଓଡ଼ିଆ ଅଭିନେତ୍ରୀ ପୁନମ୍ ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ସୂକ୍ଷ୍ମ ପାରମ୍ପରିକ ସିଲ୍କ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସମସାମୟିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବା ଲାଗି କାରିଗର, ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ ଆଦିଙ୍କ ଏକ ଗୋଷ୍ଠୀ ଦ୍ୱାରା ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ପ୍ରତିଷ୍ଠା କରାଯାଇଥିଲା । ବିଭିନ୍ନ ରାଜ୍ୟର ବୁଣାକାରମାନେ ଚଳିତ ବର୍ଷର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ଯେଉଁଥିରେ ଆକର୍ଷଣୀୟ ଉପ୍ପଦା, ବନାରସି ସିଲ୍କ, ଗଡ୍ୱାଲ, ଧରମାଭରମ୍, ଜାମ୍ଦାନି, ଜମାୱାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି । ଏଠାରେ ଦେଶର ପ୍ରତ୍ୟେକ ଅଂଚଳରୁ ଶାଢୀଠାରୁ ଆରମ୍ଭ କରି ଡ୍ରେସ୍ ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢୀ, ସୁଟ୍ ଡ୍ରେସ୍ ମ୍ୟାଟେରିଆଲ, ଫ୍ୟାଶନ ଜୁଏଲାରୀ,ହୋମ୍ ଫର୍ଣ୍ଣିସିଙ୍ଗ୍ ଡିଜାଇନର୍ ପୋଷାକ ଆଦି ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି ।

