ଅଜଣା ମୃତ ଦେହ ଉଦ୍ଧାର

ଟାଙ୍ଗୀ  (ଓଡ଼ିଶା ତାଜା ନ୍ୟୁଜ୍)  :- ଖୋର୍ଦ୍ଧା ରେଳ  ଡିଭିଜନ  କାଳୁପଡା ଘାଟ ରେଳ ଷ୍ଟେସନ ନିକଟ ମୁଣ୍ଡାଳ ରେଳ ଫାଟକ ଠାରେ ରେଳ ଲାଇନରୁ  ଅଜଣା ବ୍ୟକ୍ତି ର ଦେହ ଉଦ୍ଧାର । ବ୍ରହ୍ମପୁର  ଭୁବନେଶ୍ୱର  ଅପ ଲାଇନ ରୁ ମୃତ ଦେହ ଉଦ୍ଧାର କରିଛି ରେଳବାଇ ପୋଲିସ ।  ସକାଳେ ମୃତ ଦେହ ଉଦ୍ଧାର କରିଛି ରେଳ ବାଇ ପୋଲିସ । ଏହା  ହତ୍ୟା ନା ଆତ୍ମହତ୍ୟା  ତାହା  ଅସ୍ପଷ୍ଟ ରହିଛି ।

ସ୍ଥାନୀୟ ଚାଷୀ ମାନେ କ୍ଷେତ କୁ ଯିବା ସମୟରେ ମୁଣ୍ଡାଳ  ରେଳ ଫାଟକ ନିକଟରେ ଏକ ମୃତ ଦେହ  କ୍ଷତ ବିକ୍ଷତ ଅବସ୍ଥା ରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ  ନେଇ ରେଳବାଇ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ହେଲେ ମୃତକର ପରିଚୟ ମିଲି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Exit mobile version