ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ବିପଦରେ ଗଜରାଜ୍ , ପ୍ରତିଦିନ କେଉଁଠି ନା କେଉଁଠି ମୃତ୍ୟୁ ଘଟୁଛି ଗଜରାଜକଂର । ମହାନଦୀ ବନ୍ୟପ୍ରାଣୀ ଅଂଚଳରୁ ହାତୀ ପଶିଆସୁଛନ୍ତି ନିକଟସ୍ଥ ଗ୍ରାମକୁ । ନଷ୍ଟକରୁଛନ୍ତି ଆଦିବାସୀ ମାନଙ୍କ ସୁନାର ଫସଲ । ତେବେ ଜନସାଧାରଣ କୁଂ ହାତୀକଂ ସୁରକ୍ଷା ପାଇଁ ସଚେତନ ଓ ସତର୍କ କରିବା ସକାସେ , ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ କଂ ନେତୃତ୍ବରେ ଆଜି ବିଶ୍ଵ ହସ୍ତୀ ଦିବସ ବାଣୀଗୋଛା ବନାଂଚଳ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସକାଳେ ସ୍କୁଲ୍ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ଼ ଧରି ହାତୀମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ବାଣୀଗୋଛା ଗ୍ରାମ ପରିକ୍ରମା କରି ହସ୍ତି ସୁରକ୍ଷା ପାଇଁ ସ୍ଲୋଗାନ ଦେଇଥିଲେ ।

