Home ଅପରାଧ ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳର ଏକ ୧୫ ବର୍ଷର ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସହ ୧ ମାସର ଗର୍ଭବତୀ ପରେ ପ୍ରତାରଣା କରିବାରୁ ମଙ୍ଗଳବାର ଯୁବକକୁ ଜେଲ ହାଜତକୁ ପଠାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜି.ଉଦୟଗିରି ଥାନା ଅନ୍ତର୍ଗତ କିରାମାହା ଗ୍ରାମର ସୂର୍ଯ୍ୟ କାନ୍ତି ପ୍ରଧାନଙ୍କ ପୁଅ ପିଙ୍କୁ ଓରଫ ପରାଗ ପ୍ରଧାନ (୧୯) ଉକ୍ତ ନାବାଳିକା ଝିଅକୁ ସେଠାରେ ଦେଖି ପ୍ରେମ ଜାଲରେ ଫସାଇ ବିବାହ କରିବି କହି ଶାରୀରିକ ସମ୍ପର୍କ ରଖୁଥିଲା କିନ୍ତୁ ପରେ ମନା କରିଥିବାରୁ ଝିଅ ଘର ପରିବାର ପକ୍ଷରୁ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଏତଲା କୁ ଭିର୍ତ୍ତି କରି ତଦନ୍ତ କାରୀ ଅଧିକାରୀ ଦମୟନ୍ତୀ ବେହେରା ତଦନ୍ତ ଭାର ଗ୍ରହଣ କରି ଏ ସଂକ୍ରାନ୍ତରେ ଧାରା ୬୪ (୨) (ଏମ)/୬୫(୧) ବିଏନଏସ ଏବଂ ଆରଡବ୍ଲୁଏସ ୬ ପୋକ୍ସ ଆକ୍ଟରେ ଥାନା କେସ ନଂ.୧୨୮/୨୫ ରେ ଏକ ମାମଲା ରୁଜୁ କରି ଆସାମୀ ପିଙ୍କୁକୁ କିରାମାହା ଗ୍ରାମରୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦଃ ପ୍ରକାଶ କରିଛନ୍ତି। Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026