ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ମୁଖ୍ୟ ରାସ୍ତାରୁ ନୟାଗଡ଼ ଟାଉନ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଅପ୍ରୋଚ ରାସ୍ତାରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଜଳୁନାହିଁ। ସେହିପରି ଷ୍ଟେସନର ପୂର୍ବ ପାର୍ଶ୍ଵ ରାସ୍ତାରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକ ମଧ୍ୟ ଠିକରେ ଜଳୁନାହିଁ। ଫଳରେ ରାତ୍ର ସମୟରେ ଦୂରଦୁରାନ୍ତରୁ ଫେରୁଥିବା ଯାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଅନ୍ଧାରର ସୁଯୋଗ ନେଇ ନିଶାଡ଼ି ମାନେ ଏଠାରେ ମଦ, ଗଞ୍ଜେଇ, ବ୍ରାଉନ ସୁଗାର କାରବାର କରୁଥିବା ବେଳେ ରାତ୍ରିରେ ଫେରୁଥିବା ଯାତ୍ରୀମାନେ ନାନା ଅସୁବିଧା ଭୋଗୁଛନ୍ତି ।

