ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଅପରାହ୍ଣ ରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନୟାଗଡ ସ୍ଥିତ ନୀଳମାଧଵ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକ ଙ୍କ ଅଧକ୍ଷାତା ରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଜୟଶ୍ରୀ ପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ, ବରିଷ୍ଠ କଂଗ୍ରେସ ନେତା ମନୋଜ ସାହୁ, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ପୀତବାଶ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାର ଦ୍ୱାରା ଭୋଟ ଚୋରି କିପରି ହେଉଛି ଲୋକସଭାର ବିରୋଧୀ ଦଳର ନେତା ଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ LED ମାଧ୍ୟମରେ ଉପସ୍ଥିତ ସାମ୍ୱାଦିକ ବନ୍ଧୁମାନଙ୍କୁ ୨୦୧୪ରେ କେନ୍ଦ୍ରରେ ଶାସନକୁ ବିଜେପି ଆସିବା ପରଠାରୁ ଅନୁଷ୍ଠିତ ବିଭିନ୍ନ ନିର୍ବାଚନର ଫଳାଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ହେଉଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ହେରଫେର ହେଉଥିବା ଆଶଙ୍କା ପ୍ରକାଶ ପାଉଥିଲା ।
