Home ଓଡ଼ିଶା ପଣ୍ଡୁଆ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କର ଶ୍ରାଦ୍ଧ ଦିବସ ପାଳିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍କଳ ଗ୍ରାମ ସ୍ବରାଜ୍ୟ ଓ ସରକାରୀ ଉଚ୍ଚବିଦ୍ୟାଳୟ ପଣ୍ଡୁଆ ମିଳିତ ଆନୁକୁଲ୍ୟରେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କର ଚଉରାଅଶୀତମ ତିରୋଧାନ ଦିବସ ଉପଲକ୍ଷେ ଉଚ୍ଚବିଦ୍ୟାଳୟ ପରିସରରେ ଉତ୍କଳ ଗ୍ରାମ ସ୍ବରାଜ୍ୟର ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ସ୍ମୃତିସଭା ଆୟୋଜନ କରାଯାଇଥିଲା । ସମସ୍ତ ଅତିଥିମାନଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । କବୟିତ୍ରୀ ଡକ୍ଟର ବସନ୍ତକୁମାରୀ ନନ୍ଦଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଡକ୍ଟର ଶ୍ରୀମତୀ ନନ୍ଦ ପିଲାମାନଙ୍କୁ ଗୀତ ମାଧ୍ୟମରେ ଭଲ କାମ କରିବାକୁ ଉତ୍ସାହିତ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଅତିଥିମାନେ ବିଶ୍ବକବିଙ୍କର ବିଭିନ୍ନ କୃତିତ୍ବର ସ୍ମୃତିଚାରଣ କରିବା ସହିତ ଭଲ ମଣିଷ ହେବାକୁ ବୁଝାଇଥିଲେ। ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ତାଙ୍କର ଅଭିଭାଷଣରେ ପିଲାମାନଙ୍କୁ ନୈତିକ ବିକାଶ କରି ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଣ୍ଡିତ ନାଗୁଚରଣ ଦେବତା ସୁନ୍ଦର ଚେତନା ଜାଗ୍ରତକାରୀ ଗଳ୍ପ ଶୁଣାଇ ଏବଂ ବିଶିଷ୍ଟ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିମାଇଁଚରଣ ମଲ୍ଲିକ ଶୈକ୍ଷିକ ମୂଲ୍ୟବୋଧର ବିକାଶ ସଂପର୍କରେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ବକ୍ତା ଆଧ୍ଯାତ୍ମିକ ଚେତନା ପରିଷଦ ଓ “ବିଭୁବୈଭବ”ର ସଂପାଦକ ଲୋକଶିକ୍ଷକ ଲଷ୍ମୀପ୍ରସାଦ ଆଚାର୍ଯ୍ଯ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କର ସାଧନାର ସଫଳତାର ଉଦାହରଣ ଦେଇ ଭୟଶୂନ୍ୟ, ନିରଳସ ଭାବେ ଉଦ୍ୟମ କରିବାକୁ ବୁଝାଇବା ସହିତ ବିଶ୍ବକବିଙ୍କ ରଚିତ ଗୀତାଞ୍ଜଳୀର ଏକ ଓଡିଆ ଅନୁବାଦ କବିତା ପାଠ କରିଥିଲେ।ଶିକ୍ଷାବିତ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ଲେଙ୍କା ବିଶ୍ବକବିଙ୍କ ସାହିତ୍ୟ,ଦର୍ଶନ,ସଂଗୀତ ଓ ନାଟକ ଅମର ହୋଇ ରହିବ ପ୍ରକାଶ କରିଥିବା ବେଳେ ସମ୍ମାନିତ ଅତିଥି ଡକ୍ଟର ଭଗବତୀ ଖଟୁଆ ,ଡକ୍ଟର ନିରଞ୍ଜନ ଖଟୁଆ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ଶୁଭଶ୍ରୀ ସାହିତ୍ୟ ସଂସଦର ସଂପାଦିକା ଡକ୍ଟର ବସନ୍ତମଞ୍ଜରୀ ଦାସ ଓ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଶ୍ରୀଯୁକ୍ତ ଭାଗ୍ୟଧର ସ୍ବାଇଁ ପ୍ରମୁଖ ନିଜର ଅଭିଭାଷଣରେଏସିଆ ମହାଦେଶର ପ୍ରଥମ ନୋବେଲ ପୁରସ୍କାର ବିଜେତା, ଦୁଇଟି ଦେଶର ଜାତୀୟ ସଂଗୀତର ରଚୟିତା ବିଶ୍ବକବି ତଥା ବିଶ୍ବଗୁରୁଙ୍କ ରବୀନ୍ଦ୍ରନାଥ ଠାକୁରଙ୍କର କାଳଜୟୀ କୃତିତ୍ବର ସ୍ମୃତିଚାରଣ କରିଥିଲେ । ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କୁ ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ତତ୍ତ୍ବାବଧାନରେ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ସ୍ମୃତିସଭାଟି ସାଫଲ୍ଯମଣ୍ଡିତ ହୋଇଥିଲା । ଅତିଥିମାନଙ୍କ ଦ୍ବାରା ବିଦ୍ୟାଳୟର ପରିସରରେ ବୃକ୍ଷରୋପଣ କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026 ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ by Proprietor Abhimanyu Maharana July 27, 2026 ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ by Proprietor Abhimanyu Maharana July 27, 2026 ଧ୍ୟାନକୁଦ ପୀଠରେ ଶ୍ରୀଜିୟୁ ମାନଙ୍କ ନୀଳାଦ୍ରି ବିଜେ by Proprietor Abhimanyu Maharana July 27, 2026