Home ଓଡ଼ିଶା ଖୁଲୁମ୍ ଖୁଲ୍ଲା ବିକ୍ରୀ ହେଉଛି ବାର୍ହା ମାଂସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ◆ ସୂଚନା ପାଇ ବି ହାତବାନ୍ଧି ବସୁଛନ୍ତି ଅଧିକାରୀ ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ପଶ୍ଚିମାଞ୍ଚଳରେ ଦିନକୁଦିନ ବଢିଚାଲିଛି ଶିକାରୀଙ୍କ ପ୍ରାଦୁର୍ଭାବ । ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରିବା ପାଇଁ ଅହରହ ଘୂରି ବୁଲୁଛନ୍ତି ଶିକାରୀ । ପରିସ୍ଥିତି ଏଭଳି ହେଲାଣି ଯେ ହାତୀ ଭଳି ଦୁର୍ଲ୍ଲର ବନ୍ୟପ୍ରାଣୀ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି । କିଛି ବନ ଜର୍ମଚାରୀଙ୍କ ନିଷ୍କ୍ରିୟତାର ସୁଯୋଗନେଇ ରକ୍ତମୁଖ ହୋଇ ଉଠିଛନ୍ତି ଶିକରୀ । ତେଣୁ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସାଙ୍ଗକୁ ବନ ବିଭାଗକୁ ଅପବାଦର ବୋଝ ମୁଣ୍ଡାଇବାକୁ ପଡ଼ୁଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଅପାରଗ ବନ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନା ଦେଉଛନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନା ସତ୍ତ୍ବେ ଦଶପଲ୍ଲା ବନାଞ୍ଚଳରେ କୌଣସି ପ୍ରଭାବ ଦେଖିବାକୁ ମିଳୁନି । ଦଶପଲ୍ଲା ବନାଞ୍ଚଳରେ ଶିକାରୀକଂ ପ୍ରାଦୁର୍ଭାବ ଏତେ ମାତ୍ରାରେ ବ୍ୟାପିଲାଣି ଯେ ଦୈନିକ ବେଧଡ଼କ ଭାବେ ଶିକାର ହେଉଛି । ଯାହାକି ଗତ ରାକ୍ଷୀ ପୂଣ୍ଣିମା ଦିନ ଚଡ଼େୟାପଲ୍ଲୀ ସେକ୍ସନ ଅନ୍ତର୍ଗତ ଜଳସାଖମଣାଠାରେ ବାହା ଶିକାର କରାଯାଇ ଖୋଲାଖୋଲି ମାଂସ ବିକ୍ରୟ କରାଯାଇଥିବା ଦେଖିବାକୁ ମିଳିଛି । ବାହା ଶିକାର ସମ୍ପର୍କରେ କିଛି ବ୍ୟକ୍ତି ଆଗୁଆ ସୂଚନା ଦେଇଥିଲେ ମଧ୍ୟ ବନବିଭାଗ ସେ ଦିଗରେ ଗୁରୁତ୍ବ ଦେଇ ନ ଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି । ଫଳରେ ବାଜ୍ହା ଶିକାର ପରେ ଉକ୍ତ ଅଞ୍ଚଳରେ ସେ ଦିନ ଖୋଲାଖୋଲି ମାଂସ ବିକ୍ରୟ କରାଯାଇଛି। ଯାହାକି ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ସ୍ଥାନୀୟ ଅଧିବାସୀ ପ୍ରଶ୍ନ ଉଠାଇଛନ୍ତି । ସୂଚନାଯୋଗ୍ୟ, କଳସାଖମଣରେ ବାଗ୍ଦା ଶିଢାଇ କରାଯାଉ ମାଂସ ବିକ୍ରୟ କରିବା ନିମନ୍ତେ କିଛି ବ୍ୟକ୍ତି ଗତ ଦିନରେ ଯୋଜନା କରିଥିଲେ । ଏଥି ପାଇଁ ଆଗୁଆ ଗ୍ରାହକ ଠିକ୍ କରାଯାଇଥିଲା । ଜଣ ପିଛା ୩୩୦ ଟଙ୍ଗା ଆଦାୟ ମଧ୍ୟ କରାଯାଇଥିଲା। ଶିକାରୀଙ୍କ ଏଭଳି ଷଡ଼ଯନ୍ତ୍ରକୁ ନେଇ କିଛି ବ୍ୟକ୍ତି ଆଗୁଆ ବନାଞ୍ଚଳ ଅଧିକାରୀ କଂ ଠାରୁ ଆରମ୍ଭକରି ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏପରିକି ଆର୍ ସି ସି ଏ ଫ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ହେଲେ ଧର୍ମକୁ ଆଖିଠାର ନ୍ୟାୟରେ ରାତିରେ କିଛି ବନ କର୍ମଚାରୀ ବୁଲି ଆସିଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ବାର୍ହା ଶିକାର କରାଯାଇ ସଜାଳୁ ମାଂସକୁ ପୁଡିଆ କରି ବିକ୍ରୟ କରାଯାଇଛି। ହେଲେ ବନ କର୍ମଚାରୀ ଏ ଦିଗରେ ସାମାନ୍ୟତମ ଗୁରୁତ୍ବ ଦେଇନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି । ବିଶେଷକରି ଉକ୍ତ ଅଞ୍ଚଳଟି ଗଞ୍ଜାମ ଓ କନ୍ଧମାଳ ସୀମାକୁ ଲାଗି ରହିଥିବା ବେଳେ ଅହରହ ଶିକାରୀଙ୍କ ଚଳପ୍ରଚଳ ରହୁଛି । ୨୦୧୫ରେ ହୋଇଥିବା ହାତୀ ମୃତ୍ୟୁକୁ ଲୁଚାଇବାକୁ ଯାଇ ବନ ବିଭାଗ ସମାଲୋଚିତ ହେବା ସହ , ଅନେକ କର୍ମଚାରୀ ନିଲମ୍ବିତ ହୋଇଥିଲେ । ସେହି ସମୟରେ ଏହି ହାତୀ ମୃତ୍ୟୁ ବିବାଦରେ ଛନ୍ଦି ହୋଇଥିବା ବନ କର୍ମଚାରୀଙ୍କୁ ଏବେ ପୁଣି ଉକ୍ତ ଅଞ୍ଚଳର ଦାୟିତ୍ୱ ଦିଆଯିବା ନେଇ କନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ତଥା ରେପୁଟି ରେଂଜର୍ ଶ୍ରୀନିବାସ ଦାଶ କହିଛର, ସୂଚନା ପାଇ କର୍ମଚାରୀମାନେ ଯାଇଥିଲେ; ହେଲେ କୌଣସି ସନ୍ଧାନ ମିଳିନଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026