Home ଓଡ଼ିଶା ବନମାଳୀ ସ୍ମୃତି ପରିଷଦ ପକ୍ଷରୁ ସ୍ବର୍ଗତ ବନମାଳୀ ଦାସ ଙ୍କ 61 ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ବନମାଳୀ ଦାସ ଙ୍କ 61 ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଟି ହେଉଛି ଗୋପ ନିଗମାନନ୍ଦ ସରକାରୀ ବିଦ୍ୟାଳୟ l ଯାହାର ପ୍ରଣାପ୍ରତିଷ୍ଠାତା ହେଉଛନ୍ତି ଗୋପ ଅଞ୍ଚଳ ର ବରିଷ୍ଟ ଆଇନୀଜୀବୀ ତଥା ଶିକ୍ଷାବିତ୍ ସ୍ବର୍ଗତ ବନମାଳୀ ଦାସ l ଏହା ଆମ ଦେଶ ସ୍ୱାଧୀନତା ପାଇବା ପୂର୍ବରୁ 1944 ମସିହା ରେ ସ୍ଥାପିତ କରିଥିଲେ l ଶିକ୍ଷାର ପ୍ରସାର ଓ ପ୍ରଚାର କ୍ଷେତ୍ରରେ ସ୍ବର୍ଗତ ଦାସ ଙ୍କ ଅବଧାନ ଅତୁଳନୀୟ ଯାହାର ଫଳସୂରୋପ ଉକ୍ତ ବିଦ୍ୟାଳୟ ରୁ ଶତାଧିକ ବିଜ୍ଞ ଓ ପ୍ରତିଷ୍ଠିତ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଆଜି ଦେଶ ବିଦେଶ ରେ ସୁନାମ ଅର୍ଜନ କରିଛନ୍ତି l ତାଙ୍କରି ସ୍ମୃତି ଉଦ୍ୟସ୍ୟ ରେ ପ୍ରତିବର୍ଷ ଆଜିର ଦିନରେ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥାଏ l ଏହାକୁ ଉକ୍ତ ବିଦ୍ୟାଳୟ ର ପୁରାତନ ଛାତ୍ର ଙ୍କ ଦ୍ଵାରା ଗଠିତ ବନମାଳୀ ସ୍ମୃତି ପରିଷଦ ଆୟୋଜନ କରିଥାଏ l ବିଦ୍ୟାଳୟ ରେ ସ୍ବର୍ଗତ ଦାସ ଙ୍କ ଉପରେ ଆଧାରିତ ପ୍ରତିଯୋଗିତା ରେ ଯେଉଁମାନେ କୃତକାର୍ଯ୍ୟ ହୋଇଥାନ୍ତି ତାଙ୍କୁ ପୁରସ୍କୃତ କରାଯାଇଥାଏ l ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାଶିକ୍ଷକ ସୁବାସ ଚଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ l କାର୍ଯ୍ୟକାରୀ ସମ୍ପାଦକ ହେଲେ ବ୍ରହ୍ମlନନ୍ଦ ସାହୁ ଯୋଗ ଦେଇଥିଲେ l ସମ୍ମାନୀୟ ଅତିଥିଭାବେ ଲିଙ୍ଗରାଜ ହୋତା, ରବିନ୍ଦ୍ରନାଥ ବେହେରା, ସତ୍ୟନାରାୟଣ ସେନାପତି, ବିମ୍ବାଧର ସେନାପତି, ସଚ୍ଚିଦାନନ୍ଦ ଗୋଛାୟତ, ଭବାନୀ ଶଙ୍କର ସାମନ୍ତରାୟ, ବସନ୍ତ ସେନାପତି, ପ୍ରଦୀପ୍ତ ସିଂ, ଶିକ୍ଷୟତ୍ରୀ ବନ୍ୟା ପଟ୍ଟନାୟକ ପ୍ରଭୁତି ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ l ସଭା ଶେଷରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପ୍ରିୟଙ୍କା ସାହୁ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଭିର୍ଣ୍ଣ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା l Categories: ଓଡ଼ିଶା, ପୁରୀ, ହୋମ୍ Related Content ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana August 4, 2026 କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ by Proprietor Abhimanyu Maharana August 4, 2026 ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ by Proprietor Abhimanyu Maharana August 4, 2026 ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 4, 2026 ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ by Proprietor Abhimanyu Maharana August 4, 2026 ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ by Proprietor Abhimanyu Maharana August 4, 2026