କାଠ ବୋଝେଇ ପିକପ ଭ୍ୟାନ ସହିତ ଦୁଇ ଜଣ ଗିରଫ ପରେ କୋର୍ଟ ଚାଲାଣ

ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ହିଞ୍ଜିଳିକାଟୁ :– କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କାଠ ମାଫିଆଙ୍କ ରାଜୁତି ବଢ଼ି ଚାଲୁଥିବା ବେଳେ ବନବିଭାଗ ପକ୍ଷରୁ ମଧ୍ୟ ପେଟ୍ରୋଲିଙ୍ଗ କଡାକଡି କରି କାଠ ମାଫିଆଙ୍କ ନିଦ ହଜାଇ ଦେଉଛନ୍ତି । କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ମ. ରାମପୁର ବନବିଭାଗ ଅଧିକାରୀ କେଶବ ଚନ୍ଦ୍ର ମାଝୀଙ୍କ ନେତୃତ୍ବରେ ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମ. ରାମପୁର ଥାନାର ଗୋଛାଡେଙ୍ଗେନ ପଟୁ

ଆସୁ ଥିବା ପିକପ ଭ୍ୟାନ ଗାଡ଼ି ନମ୍ବର ଓଡି ୦୩ ଏଫ୍ ୭୦୫୦କୁ ସନ୍ଦେହ ରେ ଅଟକାଇ ଥିଲେ । ସେ ଥିରେ ଶାଲ ସାଇଜ଼ କାଠ ଥିବା ଦେଖିବାକୁ ପାଇଥିଲେ । ଏହା ପରେ ମ. ରାମପୁର ବନବିଭାଗ କାର୍ଯ୍ୟାଳୟକୁ କାଠ ବୋଝେଇ ପିକପ ନେଇ କାଠର ଆନୁମାନିକ ମୂଲ୍ୟ ୪୦,୦୦୦ରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି । ଦେଵାଧି ପ୍ରଧାନ ଓ ଅନିରୁଦ୍ଧ ସାହୁକୁ କୋର୍ଟ ଚାଲାଣ କରିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅଭିଯୁକ୍ତ ହେଲେ ବଳାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ସମରା ଗାଁ ର ବୋଲି ଜଣା ପଡିଛି । ଏଥିରେ ମଦନପୁର ଫରେଷ୍ଟର ଲବ ପଣ୍ଡା, ମ. ରାମପୁର ଫରେଷ୍ଟର ରମେଶ ଚନ୍ଦ୍ର ବାଗ,ମୋହନଗିରି ଫରେଷ୍ଟର ଅଶ୍ବିନୀ ଶବର, ଫରେଷ୍ଟର ଗାର୍ଡ ଦାମୋଦର ସାହୁ, ଗୋପିନାଥ ନାଏକ ସହଯୋଗରେ କାଠ ବୋଝେଇ ପିକପକୁ ଜବତ କରିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version