ଚନ୍ଦ୍ରଭାଗା ବେଳାଭୂମିରେ ୩ ଜଣ ବୁଡ଼ି ମୃତ୍ୟୁ

ଗୋପ (ଓଡ଼ିଶା ତାଜା ନ୍ୟୁଜ୍)  :- ପୁରୀଜିଲ୍ଲା ଚନ୍ଦ୍ରଭାଗା ବେଳାଭୂମି ନିକଟରେ ଆଜି ଅପରାହ୍ନ ରେ ଏକ ଅଭାବନୀୟ ଘଟଣା ଘଟିଛି । ଚନ୍ଦ୍ରଭାଗା ଓ ଇକୋରିଟ୍ରିଟ୍‌ ମଝିରେ ସମୁଦ୍ରରେ ଗାଧୋଉଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଭୁବନେଶ୍ବର ଉପକଣ୍ଠ ପାହାଳର ପିଣ୍ଟୁ ପଟ୍ଟନାୟକ, ରାହୁଲ କୁମାର ସେନାପତି ଓ କୋଣାର୍କ ଥାନା ଅଞ୍ଚଳ ର ଜମାଦଳାର ଅରୂପାନନ୍ଦ ଜେନା ।

ଚନ୍ଦ୍ରଭାଗାରୁ ରାମଚଣ୍ଡୀ ରାସ୍ତାରେ ସମୁଦ୍ରର ଇକୋରିଟ୍ରିଟ୍‌ ନିକଟରେ ଆଜି ଅପରାହ୍ନ ରେ ପିଣ୍ଟୁ ପଟ୍ଟନାୟକ, ରାହୁଲ କୁମାର ଓ ଅରୂପାନନ୍ଦ ଜେନା ଗାଧୋଉଥିଲେ । ଅସାବଧାନତା ଯୋଗୁଁ ସେମାନେ ବୁଡ଼ିଯାଇଥିଲେ। ତଟରକ୍ଷୀ ବାହିନୀଙ୍କ ଦ୍ବାରା ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଦୁଇଜଣ ଗୁରୁତରଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ପିଣ୍ଟୁ ପଟ୍ଟନାୟକ ଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ଗୁରୁତରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ଓ ମୃତଦେହ ଜବତ କରିଛି । ଆସନ୍ତା କାଲି ଶବ ବ୍ୟବଛେଦ ପାଇଁ ପଠାଯିବ । ଚନ୍ଦ୍ରଭାଗା ସାମୁଦ୍ରିକଥାନାରେ ତିନୋଟି ଅପମୃତ୍ୟୁ (୩/୨୦୨୫,୪/୨୦୨୫,୫/୨୦୨୫) ମାମଲା ରୁଜୁ ହୋଇଛି  l

Exit mobile version