ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ରାଜସ୍ୱ ଅମଲା ସଂଘ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ଙ୍କ ମୂଳ ଦରମା ଲେବୁଲ ୯ କରିବା ଦାବୀକୁ ନେଇ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ଘୋଷଣା କରି ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ବାଲିଗୁଡା ଉପଖଣ୍ଡ ର ବାଲିଗୁଡା ବ୍ଲକ ସମେତ କୋଟଗଡ,ତୁମୁଡିବନ୍ଧ ,ଦାରିଙ୍ଗବାଡି ,କ ନୂଆଗାଁ ,ରାଇକିଆ ,ଘୁ ଉଦୟଗିରି ,ଟିକାବାଲି ଓ ଚକାପାଦ ୯ଟି ବ୍ଲକ ର ପଞ୍ଚାୟତ ସମିତି କାର୍ଯ୍ୟଳୟ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ବିଜ୍ଞାପିତ ପରିଷଦ, ପୌର ପରିଷଦ, କୃଷି, ଉଦ୍ୟାନ, ତହସିଲ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଏକତ୍ରିତ ହୋଇ ସେମାନଙ୍କ ୧୦ ଦଫା ଦାବୀ ନେଇ ଧାରଣା ବସିଥିବାରୁ ସାଧାରଣ ଲୋକ ମାନେ ନହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।
