ହର ଘର ତିରଙ୍ଗା ଅଭିଯାନ ଅବସରରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଦ୍ୱାରା ‘ତିରଙ୍ଗା ରାଲି

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍)  :- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଦ୍ୱାରା ଆଜି ହର ଘର ତିରଙ୍ଗା ଅଭିଯାନ ଅବସରରେ ଏକ ଉତ୍ସାହ ପୂର୍ଣ୍ଣ ‘ତିରଙ୍ଗା ରାଲି’ର ଆୟୋଜନ କରାଯାଇଥିଲା।ଏହି ରାଲିରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସ୍ବେଛାସେବୀ ମାନେ ଏବଂ ସିଭିଲ୍‌ ଡିଫେନ୍ସ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।

ତିରଙ୍ଗା ରାଲି ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେସନ୍‌, ଡିଆରଏମ୍‌ ଭବନ, ସମୀପବର୍ତ୍ତୀ ରେଳବାଇ କଲୋନି ଏବଂ ସିତାରାମ ଛକ ଅଞ୍ଚଳ ମାର୍ଗଦେଇ ଯାତ୍ରା କରିଥିବାବେ ଳେ ସାଧାରଣ ଲୋକମାନଙ୍କୁ ଦେଶପ୍ରେମର ସଚେତନତା କରିଥିଲା l

ଅଂଶଗ୍ରହୀ ମାନେ ଜାତୀୟ ପତାକା ହାତରେ ଧରି, ଦେଶଭକ୍ତି ମୂଳକ ସ୍ଲୋଗାନ୍‌ ଦେଇ, ଆଗାମୀ ସ୍ୱାଧୀନତା ଦିବସ ପାଇଁ ଏକତା ଓ ଗୌରବର ସନ୍ଦେଶ ପ୍ରସାର କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଳବାଇ ପରିବାର ଓ ସ୍ଥାନୀୟ ଲୋକମାନଙ୍କର ଉତ୍ସାହଭରା ଅଂଶଗ୍ରହଣ ଦେଶପ୍ରେମର ଆତ୍ମାକୁ ପରିପ୍ରକାଶ କରିଥିଲା ।

Exit mobile version