ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷର ବର୍ଷା କବିତା ଆସର ଆଜି ପୂର୍ବାହ୍ନରେ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କବିତା ଆସର ଏବଂ ସାହିତ୍ୟ ସଭାରେ ପରିଷଦ ସଭାପତି ପଣ୍ଡିତ କିଶୋର ଚନ୍ଦ୍ର କର ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ,ସମାଜସେବୀ ତଥା ଉତ୍କଳ ଗ୍ରାମ ସ୍ୱରାଜ ସଭାପତି କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ପଣ୍ଡା, ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ଗୀତିକାର, କବି,ଉଦ୍ଘୋଷକ ତଥା ନାଟ୍ୟକାର ବିରଞ୍ଚି ନାରାୟଣ ତ୍ରିପାଠି, ଓଡ଼ିଶା ରାଜ୍ୟ ରାଜଭାଷା ପରିଷଦ ଅଧ୍ୟକ୍ଷ ତଥା ରାଜ ଭବନ ଅନୁବାଦକ ଡ.ନାରାୟଣ ମୁଦୁଲି, ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟ, କୁରାଳର ଅଧ୍ୟକ୍ଷ ଭାବଗ୍ରାହୀ କର, ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରମୁଖ ଯୋଗଦାନ କରି ବର୍ଷା ସମ୍ପର୍କିତ ବିଭିନ୍ନ କାବ୍ୟ କବିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
