
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ମହିଳା ହର୍ଡଲର ପ୍ରଜ୍ଞା ପ୍ରଶାନ୍ତି ସାହୁ ଇତିହାସ ରଚିଛନ୍ତି । ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ) ସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରବିବାର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଜ୍ଞା ପ୍ରଶାନ୍ତି ମହିଳା ୧୦୦ ମିଟର ବାଧାଧୌଡ଼ରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପ୍ରଜ୍ଞା ୧୩.୭୪ ସେକେଣ୍ଡରେ ଫିନିସ୍ ଲାଇନ୍ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହି ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

