୨୦୨୦ ବର୍ଷରେ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୦ତମ ଜୟନ୍ତୀ ରାଜ୍ୟସ୍ତରରେ ମହାସମାରୋହରେ ପାଳିତ ହେବ

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 29.12.2019 :-ମହର୍ଷି ଦୟାନନ୍ଦଙ୍କପ୍ରତିଷ୍ଠିତ ଆର୍ଯ୍ୟସମାଜର ଅନ୍ୟତମ ସଂଗଠନ ଯୁବ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ସାଧନା ଶିବିର ଆଜି ସନ୍ଧ୍ୟାରେ ବୁଦ୍ଧମନ୍ଦିର ପରିସରରେ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ଆର୍ଯ୍ୟସମାଜୀ, ବୈଦିକ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସ୧ାନିତ ଅତିଥି ଭାବରେ ଯୋଗ ଦେଇ ବେସିକ ସାଇନ୍ସ କଲେଜର ନିର୍ଦ୍ଦେଶକ ଡ. ବିକାଶ ପଣ୍ଡା କହିଲେ ଯେ, ଶୁଦ୍ଧ ସଂକଳ୍ପ ଦ୍ୱାରା ଅସାଧ୍ୟ ସାଧନ ହୋଇଥାଏ । ଆଜକୁ ୧୪୪ ବର୍ଷ ତଳେ ମହର୍ଷି ଦୟାନନ୍ଦ ଯେଉଁ ଉଦ୍ଦେଶ୍ୟ ନେଇ ଆର୍ଯ୍ୟ ସମାଜ ଗଠନ କରିଥିଲେ ଆଜି ମଧ୍ୟ ତା’ର ଆବଶ୍ୟକତା ରହିଛି । ବିଶିଷ୍ଟ ଅତିଥି ହିନ୍ଦୁ ରାଷ୍ଟ୍ରସଂଘର ସଭାପତି ଡ. ବଦ୍ରିନାଥ ପଟ୍ଟନାୟକ କହିଲେ ଯେ, ଆର୍ଯ୍ୟସମାଜ କେବଳ ଏକ ଧର୍ମାନୁଷ୍ଠାନ ନୁହେଁ, ଭାରତବର୍ଷରେ ଏହା ଏକ ସଂସ୍କାରବାଦୀ ଆନ୍ଦୋଳନ । କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସମାଜରେ ଯେତେବେଳେ ପରିର୍ବନ ହୋଇଛି, ସେତେବେଳେ ଅଗ୍ରଭାଗରେ ଯୁବକମାନେ ହିଁ ରହିଛନ୍ତି ।

ସାମାଜିକ ପରିର୍ବନ ପାଇଁ ଯୁବକମାନେ ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା କରିବାର ସମୟ ଆସିଯାଇଛି । ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ୨୦୨୦ ବର୍ଷରେ ଓଡ଼ିଶାରେ ଆର୍ଯ୍ୟ ସମାଜର ଭଗିରଥ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହେବ । ବିଶିଷ୍ଟ ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ କହିଲେ ଯେ, ସମାଜରେ ଯେଉଁ ଦୁର୍ନୀତି, ଅନୀତି, ଅତ୍ୟା·ର, ଅନ୍ୟା·ର, ଭ୍ରଷ୍ଟା·ର ଦେଖାଦେଇଛି ଏହା ବିରୁଦ୍ଧରେ ଯୁବକମାନେ ସ୍ୱର ଉୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ସନ୍ନ୍ୟାସୀ ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ କହିଲେ ଯେ, ସୁସ୍ଥ ଜୀବନ ପାଇଁ ଯୋଗ, ପ୍ରାକୃତିକ ଚିକିତ୍ସା ଓ ଆୟୁର୍ବେଦର ଯଥେଷ୍ଟ ଆବଶ୍ୟକତା ରହିଅଛି । ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ କହିଲେ ଯେ, ବେଦର ପ୍ରତ୍ୟେକ ମବ ବିଶ୍ୱର କଲ୍ୟାଣ ପାଇଁ ଅଭିପ୍ରେତ । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଗୁରୁ ହରିଭାଇ ଆର୍ଯ୍ୟାନ, ଧର୍ମରାଜ, କୈଳାସ ଚନ୍ଦ୍ର ଗୁପ୍ତା, ଯୁବ ଆର୍ଯ୍ୟ ସମାଜର ସଭାପତି ପ୍ରବୀର ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version