Home ଓଡ଼ିଶା ନିଆରା ପରଂପରା ,ବୃକ୍ଷ ରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇ ଯାଇଛନ୍ତି । ଗଛ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧି ଥାନ୍ତି । ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତି ମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା ପରେ ଗହ୍ମାଡିଆଁ ପର୍ବ ପାଳନ କରିଥାନ୍ତି । ମା ମଣୀନାଗ ଆଂଚଳିକ ଯୁବ ସଂସଦର ସଭାପତି ନିକୁଞ୍ଜ କିଶୋର ପ୍ରଧାନ, ସଂପାଦକ ରାଜେଶ୍ କୁମାର ଜାନି,କୋଷାଧ୍ୟକ୍ଷ ଶୁଭକାନ୍ତ ଜାନି କଂ ଓ ସାମ୍ବାଦିକ ରତ୍ନାକର ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ବନପାଳ( ବନ୍ୟପ୍ରାଣୀ ) ଦୀପ୍ତି ରଂଜନ ଆଚାର୍ଯ୍ୟ, ଅନ୍ତତମ ମୁଖ୍ୟ ଅତିଥି ଭାବରେ ,ବନପାଳ ଦୀପ୍ତି ରଂଜନ ନାୟକ,ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମଦନ କୁମାର ଜାନୀ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ଯ ପ୍ରଶାନ୍ତ ଦଳବେହେରା, ପ୍ରଶାନ୍ତ ସାହୁ, ବନବିଭାଗ କର୍ମଚାରୀ ରସାନନ୍ଦ ମାଝି , ଯୋଗ ଦେଇ ବୃକ୍ଷ ମାନବ ସମାଜ ପାଇଁ କେତେ ଦରକାରୀ ସେ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ବୃକ୍ଷବିନା ମାନବ ସମାଜ ର ସ୍ଥିତି ନାହିଁ ବୋଲି ସମସ୍ତ ଦୃଢ଼ କଣ୍ଠରେ ସ୍ବୀକାର କରିବା ସହିତ ବୃକ୍ଷ ଓ ବନ୍ୟଜନ୍ତୁ କଂ ସୁରକ୍ଷା ପାଇଁ ସମସ୍ତେ ବ୍ରତି ହେବାପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ । ଗ୍ରାମର ବରିଷ୍ଠ ନାଗରିକ ନିତ୍ୟାନନ୍ଦ ପ୍ରଧାନ, ପରମାନନ୍ଦ ମଳିକ,ପ୍ରମୋଦ କୁମାର ଜାନୀ ଙ୍କ ସମେତ ଗ୍ରାମବାସୀ ଏକତ୍ର ହୋଇ ବଟବୃକ୍ଷରେ ରକ୍ଷାବନ୍ଧନ କରିବା ସହିତ,ଏହି ଉତ୍ସବକୁ ମହା ସମାରୋହରେ ପାଳନ କରିଥିଲେ ଓ ସମସ୍ତଙ୍କ ଶୁଭ ମନାସିଥିଲେ ।ଏହା ପରେ ପରେ ପାରଂପାରିକ ରିତିରେ ଛୋଟ ଛୋଟ ପିଲାମାନେ ଗହ୍ମାପର୍ବ ପାଳନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଲାଲୁଭାଇ ଓ ଶୁଭକାନ୍ତ ସଂଯୋଜନା କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026