ନାଚୁଣୀ ମହାବିଦ୍ୟାଳୟ ର ୪୫ତମ ପ୍ରତିଷ୍ଠା ଦିବସ ପାଳିତ

ନାଚୁଣୀ  (ଓଡ଼ିଶା ତାଜା ନ୍ୟୁଜ୍) ନାଚୁଣୀ  :- ନାଚୁଣୀ ମହାବିଦ୍ୟାଳୟ ର ୪୫ତମ ପ୍ରତିଷ୍ଠା ଦିବସ ବର୍ଣ୍ଣାଢ଼୍ୟ ପରିବେଶରେ ମହାବିଦ୍ୟାଳୟ ର ଇନ୍ ଡୋର୍ ଷ୍ଟାଡିୟମରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପ୍ରାକ୍ତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ବାଣପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ମାନିତ ଅତିଥି ଭାବେ ବିଭିନ୍ନ ମହାବିଦ୍ୟାଳୟ ରେ କାର୍ଯ୍ୟକରି ଅବସର ଗ୍ରହଣ କରି ଥିବା ପ୍ରସନ୍ନ କୁମାର ଶତପଥୀ-ଅବସରପ୍ରାପ୍ତ ଅଧ୍ୟକ୍ଷ,

ସର୍ବେଶ୍ଵର ମହାନ୍ତି -ଅବସରପ୍ରାପ୍ତ ଅଧ୍ୟକ୍ଷ, ସୁରେନ୍ଦ୍ର କୁମାର ମିଶ୍ର -ଅଵସରପ୍ରାପ୍ତ ପ୍ରାଧ୍ୟାପକ, ଗଙ୍ଗା ଧର ପ୍ରଧାନ -ଅବସରପ୍ରାପ୍ତ ପ୍ରାଧ୍ୟାପକ, ନମିତା ପଟ୍ଟନାୟକ -ଅବସରପ୍ରାପ୍ତ ପ୍ରାଧ୍ୟାପିକା,ଶରତ କୁମାର ସ୍ବାଇଁ -ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ସମଗ୍ର ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସ୍ତୃଷ୍ଟି କରିଥିବା ଐତିହ୍ୟ ସମ୍ପନ୍ନ ଏହି ମହାବିଦ୍ୟାଳୟ ର ଭୂୟସୀ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟୟନ ଶୀଳ ହେବା ସହିତ ସମାଜ ସେବା ରେ ବ୍ରତୀ ହେବାକୁ ଉଦ୍ ଵୋଧନ ଦେଇଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ସଭା ରେ ପୈ ।

ରୋହିତ୍ୟ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ଦେବା ଦେଇଥିଲେ ଅଧ୍ୟାପିକା ରଶ୍ମିତା ଜେନା । ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ବାଙ୍କନିଧି କହଲ ସିଂହ ଏବଂ। ମଞ୍ଚ ପରିଚାଳନା ତଥା ସନ୍ ଯୋଜନା କରିଥିଲେ ସନ୍ତୋଷ କୁମାର ଶତପଥୀ । ସ୍ବାଗତ ସଙ୍ଗୀତ ଗାନ କରିଥିଲେ ସଙ୍ଗୀତଜ୍ଞ ଅଜିତ ମିଶ୍ର ଙ୍କ ନିର୍ଦ୍ଦେଶନାରେ ମହିଵିଦ୍ୟାଳୟ ର ଛାତ୍ରୀ ମାନେ । ଏହି ଅବସରରେ ମହା ବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପକ ଓ ସମ୍ମାନିତ ଅତିଥି ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲାଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପିକା ସି, ମଞ୍ଜୁ ଲତା ।

Exit mobile version