ଖଣ୍ଡପଡା (ଓଡ଼ିଶା ତାଜା ନ୍ୟୁଜ୍) :- ଖଣ୍ଡପଡ଼ା ରାଜା ତଥା ବିଧାନସଭାର ପୂର୍ବତନ ଉପ ବାଚସ୍ପତି ତଥା ମନ୍ତ୍ରୀ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତି ୧୨.୩୦ ମିନିଟ ସମୟରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଦିର୍ଘ ମାସ ଧରି ସେ ଅସୁସ୍ଥ ଥିଲେ । ଓଡିଶା ବିଧାନସଭା ସୌଧ ପରିସରରେ ସ୍ବର୍ଗତ ସିଂହଙ୍କ ସଂମ୍ମାନର୍ଥେ ଗାର୍ଡ ଅଫ ଅନର ସହିତ ୯ ତୋପ ସଲାମ ଦିଆଯାଇଥିଲା l ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଓ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଗଭିର ଶୋକପ୍ରକାଶ ପାଇଛି ।

