ପୁରୀ ହେବ ମହାନଗର – ଦୀପତଳ ଅନ୍ଧାର ବ୍ରାହ୍ମଣ ପୋଖରୀ ସ୍ଲୁଲ ରାସ୍ତା ଶୋଚନୀୟ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବସ୍ତରୀୟ ପୁରୀ ସହର । ଖୁବଶୀଘ୍ର ହେବ ମହାନଗର । ମହାନଗର ସହ ଯେଉଁ ଗ୍ରାମ ଗୁଡିକ ସଂଯୁକ୍ତ କରାଯିବ ତାହାର ସ୍ଥିତି ମଧ୍ଯ ସହର ପରି ହୋଇନାହିଁ । ପୁରୀ ପୌରାଞ୍ଚଳ ୩୦ ନମ୍ବର ୱାର୍ଡକୁ ଲାଗିରହିଛି ବ୍ରାହ୍ମଣ ପୋଖରୀ ଅଞ୍ଚଳ । ବ୍ରାହ୍ମଣ ପୋଖରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଯିବା ପାଇଁ ପଙ୍କୁଆ ଖାଲୁଆ ରାସ୍ତା ରହିଛି । ସ୍ଲୁଲକୁ ଯିବା ସମୟରେ ଛାତ୍ରଛାତ୍ରୀ ମାନେ ପଙ୍କ କାଦୁଅରେ ଯିବା ସମୟରେ ସାର୍ଟ ପେଣ୍ଟ ନଷ୍ଟ ହେଉଛି । ରାସ୍ତାଟି ଶଗଡ ଗୁଳା ପରି ପୟା ଖାଲ ହୋଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍କୁଟି ମଧ୍ଯ ଯାଇପାରୁ ନାହିଁ ।

ଏହି ଅଞ୍ଚଳଟି ବାଲିଗୁଆଳି ପଞ୍ଚାୟତର ଗୋପାଳପୁର ୱାର୍ଡରେ ରହିଛି । ରାସ୍ତାଟି ପୋଥାଳ ବଗିଚା ଠାରୁ ସ୍ଲୁଲ ନିକଟ ଦେଇ ହୁଳୁହୁଳିଆ ପୋଲ ରାସ୍ତାକୁ ସଂଯୋଗ କରୁଛି ।ଏହି ଅଞ୍ଚଳରେ ଦୁଇଶହରୁ ଉର୍ଦ୍ଧ୍ବ ବାସଗୃହ ଓ ଦୁଇ ହଜାରରୁ ଉର୍ଦ୍ଧ୍ବ ବାସିନ୍ଦା ଯାଆଆସ କରୁଛନ୍ତି । ସ୍କୁଲକୁ ମଧ୍ଯାହ୍ନ ଭୋଜନ ଗାଡି ମଧ୍ଯ ଯାଇପାରୁନାହିଁ । ଏ ସଂପର୍କରେ ଅଞ୍ଚଳବାସୀ ପୁରୀ ସଦରବ୍ଲକ ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ଯ ସେ କର୍ଣ୍ଣପାତ କରୁନାହାନ୍ତି । ଆଗାମୀ ଦୁଇ ସପ୍ତାହ ମଧ୍ଯରେ ଯଦି ଏହି ରାସ୍ତା ବିଡ଼ିଓ ନିର୍ମାଣ ନକରନ୍ତି ତେବେ ଅଞ୍ଚଳବାସୀଙ୍କ ସହ ପୁରୀ ଆମ ଆଦମୀ ପାର୍ଟି ଆନ୍ଦୋଳନର ରାସ୍ତା ଧରିବ ବୋଲି ଚେତାବନି ଦେଇଛି ।

Exit mobile version