Home ଓଡ଼ିଶା ନୂଆଗାଁ ବ୍ଲକ୍ ରୁ ୧୫ ଜଣ ଛାତ୍ର ଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ତରଫରୁ ନୂଆଗାଁ ହାଇସ୍କୁଲ ପରିସରରେ ଓଡ଼ିଆ ଏବଂ ଇଂରାଜୀ ରଚନା , ଡିବେଟ, ଚିତ୍ରାଙ୍କନ ଆଦି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ୪ ଟି ବିଭାଗରେ ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ତୃତୀୟ ଶ୍ରେଣୀର ଛାତ୍ର ଉଦୟନାରା ୟଣ ଦାଶ ଓଡ଼ିଆ ଡିବେଟ୍ ରେ ପ୍ରଥମ , ଚାହାଳି ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ସାଇସ୍ମିତା ନାଥ ଇଂରାଜୀ ଡିବେଟ୍ ରେ ପ୍ରଥମ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିମିଳି ସାହି, ଦୁରୁଦୁରା ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍ନେହଲତା ପତି ପାଟ୍ରିଓଟିକ୍ ସଙ୍ଗ ରେ ପ୍ରଥମ, ଦୁରୁଦୁରା ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ ଓଡ଼ିଆ ଡିବେଟ୍ ରେ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ନୂଆଗାଁ ର ଷଷ୍ଠ ଶ୍ରେଣୀ ଛାତ୍ର ଅଂଶୁମାନ ସାହୁ ଇଂରାଜୀ ଡିବେଟ୍ ପ୍ରଥମ, ଗୋହିରିବାଦୁ ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଞ୍ଜେଲ୍ ମଲ୍ଲିକ ଗୀତ ପ୍ରତିଯୋଗିତାରେ ପ୍ରଥମ, ଚାହାଳି ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅଭିପ୍ସା ମିଶ୍ର ଓଡ଼ିଆ ଡିବେଟ୍ ପ୍ରତିଯୋଗିତାରେ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରୀ ରାଜଲକ୍ଷ୍ମୀ ସାହୁ ଇଂରାଜୀ ଡିବେଟ୍ ରେ ପ୍ରଥମ, ବାହାଡ ଝୋଲା ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ସତ୍ୟ ନାରାୟଣ ସାହୁ ଗୀତ ପ୍ରତିଯୋଗିତାରେ ପ୍ରଥମ, ପି ଏମ୍ ଶ୍ରୀ ହାଇସ୍କୁଲ ମହିପୁର ଦଶମ ଶ୍ରେଣୀ ଛାତ୍ରୀ ବୈଶାଖୀ ସାହୁ ଓଡ଼ିଆ ରଚନା ପ୍ରତିଯୋଗିତା ରେ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ନୂଆଗାଁ ନବମ ଶ୍ରେଣୀ ଛାତ୍ରୀ ରଶ୍ମିତା ଖଣ୍ଡୁଆଳ ଇଂରାଜୀ ରଚନା ପ୍ରତିଯୋଗିତାରେ ପ୍ରଥମ,ପି ଏମ୍ ଶ୍ରୀ ହାଇସ୍କୁଲ ମହିପୁର +୨ ଛାତ୍ର ସଂଗ୍ରାମ କେଶରୀ ସାହୁ ଓଡ଼ିଆ ଡିବେଟ୍ ପ୍ରତିଯୋଗିତାରେ ପ୍ରଥମ ଏବଂ +୨ ଛାତ୍ରୀ ଗାୟତ୍ରୀ ସାହୁ ଇଂରାଜୀ ଡିବେଟ୍ ପ୍ରତିଯୋଗିତାରେ ପ୍ରଥମ, ଗତିଶ୍ୱର ମାଳିସାହି +୨ ଛାତ୍ରୀ ରାଜେଶ୍ୱରୀ ପ୍ରଧାନ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ, ସମ୍ପଡା ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଇତିଶ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ୧୨ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କୁ ମନୋନୀତ ହୋଇଛନ୍ତି।ଏହି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା କୁ ସି ଆର ସି ସି ଶ୍ରୀନିବାସ ରଥ, ଶ୍ରୀଧର ବେହେରା,ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ର ,ରଶ୍ମିତା ପ୍ରଧାନ , ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଘଡେ଼ଇ ,ଭାଗବତ ନାୟକ ପରିଚାଳନା କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026