ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :– ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ଶ୍ରୀଯୁକ୍ତ ତୁଳାରାମ ବେହେରା ଅଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି କମିଟି ମେମ୍ବର ମାନେ । ସୂଚନା ଅନୁସାରେ ଜମଲା ନୋଡ଼ାଲ ପଞ୍ଚାୟତ ହାଇସ୍କୁଲ ଅଧିନରେ ଥିବା ଏମ.ଇ. ସ୍କୁଲର ପାଞ୍ଚ ଗୋଟି କୋଠରୀକୁ ଜମଲା ସରପଞ୍ଚ ଶ୍ରୀଯୁକ୍ତ ତୁଳାରାମ ବେହେରା କାହାକୁ କିଛି ନ ଜଣାଇ ଭାଙ୍ଗିଦେବା ସହ ଏଠାକାର ଇଟା, ପଥର ,ମୂଲ୍ୟବାନ ଗଛରେ ତିଆରି ହୋଇଥିବା କବାଟ,ଝରକା,ଖପର ଓ ଅନ୍ୟାନ୍ୟ ଆସବାବପତ୍ର ନେଇଯାଇଥିବା ଅଭିଯୋଗ କରିଛନ୍ତି । ଯାହା ଫଳରେ ସ୍କୁଲ ଭିତରେ ବର୍ତ୍ତମାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଲ ପାଲଟିଥିବା ଦରଖାସ୍ତରେ ଦର୍ଶାଇଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନ ଉପରେ ଜଣେ ଜନପ୍ରତିନିଧି କେଉଁ ଉଦ୍ଦେଶ୍ୟରେ କାହାକୁ ନ ଜଣାଇ ଏପରି କାର୍ଯ୍ୟ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
ଜମଲା ସରପଞ୍ଚଙ୍କର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଅଧିକାର ସାବ୍ୟସ୍ତ କୁ ; ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ
by
Proprietor Abhimanyu Maharana
October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ
by
Proprietor Abhimanyu Maharana
October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ
by
Proprietor Abhimanyu Maharana
October 4, 2026
କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା
by
Proprietor Abhimanyu Maharana
October 4, 2026
Kandhamal Gram Sabhas Strengthen Community Commitment to End Child Marriage
by
Proprietor Abhimanyu Maharana
October 4, 2026