Home ଓଡ଼ିଶା କଟକ ସଦର ବିଧାୟକ ସିଏମସିର ୫୬ ନମ୍ବର ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟା ପଚାରି ବୁଝିଲେ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଗୁରୁବାର ମଧ୍ୟାହ୍ନରେ କଟକ ସଦର ଥାନା ଅନ୍ତର୍ଗତ ସିଏମସିର ୫୬ ୱ।ର୍ଡ ପାଇକସାହି ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା, ୱ।ର୍ଡ ସଭାପତି ସତ୍ୟନାରାୟଣ ଦାସ, ୫୮ ନମ୍ବର ୱାର୍ଡ ସଭାପତି ରାଜେନ୍ଦ୍ର ପାତ୍ର, ପାଇକ ସାହି ଗ୍ରାମର ଜଗନ୍ନାଥ ବେହେରା, ପ୍ରମୋଦ କୁମାର ବେହେରା, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୁଖ ବିଧାୟକ ଶ୍ରୀ ସେଠୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସ୍କୁଲକୁ ପାଛୋଟି ନେଇଥିଲେ । ବିଧାୟକ ଉପସ୍ଥିତ ଜନସାଧାରଣଙ୍କୁ ସେମାନଙ୍କ ଗ୍ରାମର ଥିବା ସମସ୍ୟା ପଚାରି ବୁଝିଥିଲେ । ସ୍କୁଲ ଗୃହ,ଅଙ୍ଗନବାଡି ଗୃହ ର ସମସ୍ୟା ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯି ପ୍ରତିଶ୍ରୁତି ଦେଇଥିଲେ । ପରେପରେ ବିଧାୟକ ସେହି ୱ।ର୍ଡର ତେନ୍ତୁଳିନାଳୀ ସ୍କୁଲର, ସୁଭଦ୍ରାପୁର ପ୍ରାଥମିକ ବିଦ୍ୟାଳୟ, କାଜିପାଟଣା ସ୍କୁଲ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହାସହିତ ବର୍ଷା ଜଳ ନିଷ୍କାସନ ପାଇଁ ଡ଼୍ରେନେଜ ନିର୍ମାଣ, ରାସ୍ତା ଆଦି ବିଭିନ୍ନ କାର୍ଯ୍ୟ ସଂପର୍କରେ ଉପସ୍ଥିତ ଲୋକଙ୍କ ସହିତ ଆଲୋଚନା କରିଥିଲେ । ସରୋଜ କୁମାର ବେହେରା, ବାଉରି ବନ୍ଧୁ ଜେନା ,ବସନ୍ତ କୁମାର ପଣ୍ଡା, ବିଷ୍ଣୁ ଦଳେଇ , କମଳାକାନ୍ତ ମହାନ୍ତି, ରାଜେନ୍ଦ୍ର ବେହେରା, ଶରତ ବେହେରାଙ୍କ ସମେତ ବିଜେପିର ବହୁ କର୍ମୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026 ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ by Proprietor Abhimanyu Maharana July 27, 2026 ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ by Proprietor Abhimanyu Maharana July 27, 2026 ଧ୍ୟାନକୁଦ ପୀଠରେ ଶ୍ରୀଜିୟୁ ମାନଙ୍କ ନୀଳାଦ୍ରି ବିଜେ by Proprietor Abhimanyu Maharana July 27, 2026