ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ବରିଷ୍ଠ ନାଗରିକ ସଙ୍ଘର ଏକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ସଭାପତି ସର୍ବେଶ୍ୱର ମିଶ୍ର ଓ ସଂପାଦକ ପଦ୍ମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଂପାଦକ ମନ୍ମଥ କୁମାର ରାଉଳ ସଭାର ଉଦ୍ଦେଶ୍ୟ ଏବଂ ବର୍ଷକ ମଧ୍ୟରେ କେଉଁ କେଉଁ କାର୍ଯ୍ୟ ହାତକୁ ନିଆଯାଇଥିଲା, ତାହା ସଭାରେ ଉପସ୍ଥାପନ କରିଥିଲେ l

