ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାରଙ୍କ ଠାରେ ବାରମ୍ବାର ଦାବି କରାଗଲେ ମଧ୍ୟ ବିହିତ ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଯେଉଁ ସାମ୍ବାଦିକମାନେ ନିର୍ଭୀକ ଭାବରେ ଖବର ପ୍ରସାରଣ ପାଇଁ ଚେଷ୍ଟା କରୁଛନ୍ତି,ସେମାନଙ୍କ ସ୍ୱରକୁ ନୀରବ କରିବାକୁ ଅସାମାଜିକ ବ୍ୟକ୍ତିମାନେ ପ୍ରୟାସ କରୁଛନ୍ତି। ନିକଟରେ ବାଣପୁର ଠାରେ ଧରିତ୍ରୀର ସାମ୍ବାଦିକ ଦିଲ୍ଲୀପ ସ୍ୱାଇଁଙ୍କ ଉପରେ ଆକ୍ରମଣକୁ ବାଲିପାଟଣା ପ୍ରେସ କ୍ଲବ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ ଦାବି କରି ବିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ବାଲିପାଟଣା ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝାଙ୍କ ନେତୃତ୍ୱରେ ସଭ୍ୟ ଅଭିମନ୍ୟୁ ନାୟକ,ପୂର୍ଣ୍ଣଚନ୍ଦ୍ର ଜେନା,ବସନ୍ତ କୁମାର ଦାଶ,ବଦ୍ରିକାନାଥ ମହାପାତ୍ର,ରମେଶ ଚନ୍ଦ୍ର ରଥ,ଅରୁଣ କୁମାର ଶତପଥୀ ଓ ପ୍ରଭାଟେଂଶୁ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ବି ଡି ଓ ରଶ୍ମି ନାଥ ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ନ ଦିଅନ୍ତି ତେବେ ସାମ୍ୱାଦିକମାନଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି ।

Exit mobile version