ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍)  :-  ନୟାଗଡ ଜିଲ୍ଲା ନୂଆଗାଁ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହିପୁର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମହିପୁର ,ଏବଂ ନୟାଗଡ ରୋଟାରୀ କ୍ଳବ୍ ସହଯୋଗରେ ଦିନିକିଆ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଅତିଥି ଭାବେ ଘନଶ୍ୟାମ ରାଉତ,

ନିରଞ୍ଜନ ପ୍ରଧାନ, ଗୋସ୍ୱାମୀ ଦାଶ,ଅନ୍ତର୍ଯ୍ୟାମୀ ମହାରଣା,ସୁବାସ ଚନ୍ଦ୍ର ସାହୁ,ଗୀତାଞ୍ଜଳି ସାହୁ ,ଆଲୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ଚିକିତ୍ସା ଉପରେ ପ୍ରଶିକ୍ଷଣ ଦେଇଥିଲେ । ସେଥିରେ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ,ଶିକ୍ଷା କମିଟି ର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ଦାଶ ।

Exit mobile version