Home ଓଡ଼ିଶା ମହାବାହୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ନାଲି,ନେଳି, ହଳଦିଆ ଓ ବାଇଗଣି ରଙ୍ଗର ରାକ୍ଷୀ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରାବଣ ମାସର ପୂର୍ଣ୍ଣିମାରେ ପବିତ୍ର ରକ୍ଷା ବନ୍ଧନ । ମହାପ୍ରଭୁଙ୍କ ମାନବୀୟଲୀଳା ମଧ୍ଯରେ ରକ୍ଷା ବନ୍ଧନ ଅନ୍ଯନ ପର୍ବ ।ଶ୍ରୀମନ୍ଦିର ରୀତିନୀତି ଅନୁଯାଇ ବଡଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଦେବୀ ସୁଭଦ୍ରାଙ୍କ ଠାରୁ ରାଖୀ ପିନ୍ଧିବେ । ଏଥିପାଇଁ ପାଟରା ବିଶୋଇ ସେବକ ମାନେ ରାଖୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନାଲି, ନେଳୀ, ହଳଦିଆ ଓ ବାଇଗଣୀ ରଙ୍ଗର ରାକ୍ଷୀ ପିନ୍ଧିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତା ଶନିବାର ପବିତ୍ର ଗହ୍ମା ପୁନେଁଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ଲୋଡିବେ ଦେବୀ ମା ସୁଭଦ୍ରା । ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନକୁ ଗହ୍ମା ପୁନେଁଇରେ ଦର୍ଶନ କରି ନିଜକୁ ଧନ୍ୟ ମଣିବେ ଭକ୍ତ। ଗତ ଚିତାଲାଗି ଅମାବାସ୍ୟା ଠାରୁ ମହାପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ରାକ୍ଷୀ ତିଆରି କରୁଥିବା ସ୍ଵତନ୍ତ୍ର ସେବକ ପାଟରା ବିଷୋୟୀ ସେବକ ନିଜ ବାସଗୃହରେ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ବିଧି ମୁତାବକ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି। ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆ ମାଳ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ସେହିପରି ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହେବ।ରାକ୍ଷୀ ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଶୋଇ ସେବକଙ୍କୁ ଆବଶ୍ୟକ ପରିମାଣର ବାସୁଙ୍ଗା ପାଟ ଯୋଗାଇ ଦିଆଯାଏ । ଏହାକୁ ପ୍ରାକୃତିକ ରଙ୍ଗରେ ବୁଡ଼ାଇ ଖରାରେ ସୁଖାଯାଇଥାଏ । ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟକୁ ରଙ୍ଗୀନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ । କାଠ ପାନିଆରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ। ବାସୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଥି ସହିତ ୫୪ ଟି ଲେଖାଏଁ ଗୁଆରେ ୪ ଟି ଗୁଆମାଳ ପ୍ରସ୍ତୁତ କରାଯାଏ l ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୂ ଶ୍ରୀ ବଳଭଦ୍ର ନେଳି ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି । ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ । ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବାଦେବୀ ମଧ୍ୟ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି। ରାକ୍ଷୀ ନିର୍ମାଣ ପାଇଁ ୧୦ରୁ ୧୨ ଦିନ ସମୟ ଲାଗେ। ଶୁଦ୍ଧପୂତ ଭାବେ ରହି ନିଷ୍ଠାର ସହ ରାଖୀ ତିଆରି କରିବାକୁ ପଡ଼େ। ରାଖୀ ପୂର୍ଣ୍ଣିମା ପୂର୍ବ ଦିନ ରାଖୀ ତିଆରି ସରିଥାଏ। ଗହ୍ମା ପୂର୍ଣ୍ଣିମା ସକାଳେ ଶ୍ରୀମନ୍ଦିରରୁ ଚର୍ଚ୍ଚା ଆସି ଡାକିଥାନ୍ତି । ଏହାପରେ ଦୁଇଟି ତାଡ଼ରେ ରାଖୀ ଓ ଗୁଆମାଳ ଶ୍ରୀମନ୍ଦିରକୁ ଯାଇଥାଏ । ମହାପ୍ରଭୁଙ୍କ ସେବାରେ ନିମଗ୍ନ ହୋଇ ଧନ୍ଯ ମନେ କରିଛନ୍ତି ପାଟରା ବିଶୋଇ ସେବକ । Categories: ଓଡ଼ିଶା, ପୁରୀ, ହୋମ୍ Related Content ବାଣପୁର : ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana July 15, 2026 ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ by Proprietor Abhimanyu Maharana July 15, 2026 ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି by Proprietor Abhimanyu Maharana July 15, 2026 ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ by Proprietor Abhimanyu Maharana July 14, 2026 ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ by Proprietor Abhimanyu Maharana July 14, 2026 ଗଣତନ୍ତ୍ର ପ୍ରତି ବିପଦ : ରବି ରଥ by Proprietor Abhimanyu Maharana July 14, 2026